ନବୀକରଣ ପରେ ଲୋକାର୍ପିତ ହେଲା ସ୍ୱର୍ଗଦ୍ୱାର
ପୁରୀ : ଅକ୍ଷୟ ତୃତୀୟାରେ ନବୀକରଣ ସ୍ବର୍ଗଦ୍ବାର ଲୋକାର୍ପିତ । ୫ଟି ମଠର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ । ପୁରୀ ଜିଲ୍ଲାପାଳ କଲେ ଭିତ୍ତିପ୍ରସ୍ତର ସ୍ଥାପନ ।
ଅକ୍ଷୟ ତୃତୀୟା ଅବସରରେ ନବୀକରଣ କରାଯାଇଥିବା ସ୍ୱର୍ଗଦ୍ୱାରକୁ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଦୀର୍ଘ ୬ ମାସ ଧରି ଦୃତ ଗତିରେ ଆଗେଇ ଚାଲିଥିବା ସ୍ୱର୍ଗଦ୍ୱାର ନବୀକରଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ୨୮ ଟି ଶବ ଏକ ସଙ୍ଗରେ ଦାହ କରିବା ପାଇଁ ସ୍ୱର୍ଗଦ୍ୱାରରେ ୨୮ ଟି ପିଣ୍ଡି ନିର୍ମାଣ କରାଯାଇଛି । ସିଙ୍ଗଲ ୱିଣ୍ଡୋ ସିଷ୍ଟମରେ ଆସୁଥିବା ଶବ ଗୁଡିକ ପଞ୍ଜିକରଣ କରାଯିବ । ଏଥିପାଇଁ ପ୍ରଶାସନିକ ବ୍ଲକ୍ ନିର୍ମାଣ ହୋଇଛି । ଶବ ଦାହ କରିବାକୁ ଆସୁଥିବା ସମ୍ପର୍କୀୟ ମାନେ ବସିବା ପାଇଁ ରେଷ୍ଟରୁମ୍ ବ୍ୟବସ୍ଥା କରାଯାଇଛି ।