ବିଏସଏଫର ପରିସୀମା ବୃଦ୍ଧିକୁ ପଞ୍ଜାବ ସରକାରଙ୍କ ଚାଲେଞ୍ଜ, ସୁପ୍ରିମକୋର୍ଟରେ ଆବେଦନ ଦାଖଲ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସୀମା ସୁରକ୍ଷା ବାହିନୀ (ବିଏସଏଫ)ର ଅଧିକାର କ୍ଷେତ୍ର (ପରିସୀମା) ବୃଦ୍ଧିକୁ ପଞ୍ଜାବ ସରକାରଙ୍କ ଚାଲେଞ୍ଜ । ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ମାସ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
ତେବେ ବିଏସଏଫ କାର୍ଯ୍ୟ ପରିସରକୁ ଅନ୍ତର୍ଜାତୀୟ ସୀମା ଠାରୁ ୫୦ କିଲୋମିଟର ଭିତରକୁ ବଢାଇବାକୁ ବିରୋଧ କରି ପଞ୍ଜାବ ସରକରାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସୁପ୍ରିମକୋର୍ଟଙ୍କ ରେଜିଷ୍ଟାରଙ୍କ ପକ୍ଷରୁ ଗତ ଶୁକ୍ରବାର ଏହି ମାମଲା ତାଲିକାଭୂକ୍ତ ହୋଇଛି । ପରେ ରେଜିଷ୍ଟାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରାଯାଇଛି । 4 ସପ୍ତାହ ପରେ ମାମଲାର ଶୁଣାଣି ହେବ ।
ସୂଚନା ଯେ, ବିଏସଏଫର ଅଧିକାର କ୍ଷେତ୍ର (ପରିସୀମା)କୁ ଗତ ଅକ୍ଟୋବର ମାସରେ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଫଳରେ ବିଏସଏଫକୁ ପଞ୍ଜାବ ଓ ପଶ୍ଚିମବଙ୍ଗ ସଂଲଗ୍ନ ଅନ୍ତରାଷ୍ଟ୍ରୀୟ ସୀମା ଅଞ୍ଚଳର ୫୦ କିଲୋମିଟର ପର୍ଯ୍ୟନ୍ତ ନିଜର ଗତିବିଧି ଚଳାଇପାରିବାକୁ କ୍ଷମତା ମିଳିଥିଲା । ପୂର୍ବରୁ ଏହାର ସୀମା ୧୫ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ମାତ୍ର ଏହାକୁ ନେଇ ସେତେବେଳେ ପଞ୍ଜାବ, ଆସାମ ଓ ପଶ୍ଚିମବଙ୍ଗ ସରକାର ଆପତ୍ତି ଉଠାଇଥିଲେ ।