ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା : ଶ୍ରମିକ ଓ ଭୂମିହୀନଙ୍କ ୫୯୦କୋଟି ଟଙ୍କାର ଋଣ
ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା । ମହାମାରୀ କରୋନା କାଳରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କୃଷକମାନଙ୍କର ୫୯୦ କୋଟି ଟଙ୍କାର ଋଣ ଛାଡ଼ କରିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁଁ ୨.୮୫ ଲକ୍ଷ ଶ୍ରମିକ ଏବଂ ଭୂମିହୀନ ଚାଷୀ ଉପକୃତ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ପ୍ରାଥମିକ କୃଷି ସମବାୟ ସମିତି (ପିଏସିଏସ) ର ୨,୮୫,୩୨୫ ସଦସ୍ୟ ଏହି ନିଷ୍ପତ୍ତି ଦ୍ୱାରା ସିଧାସଳଖ ଉପକୃତ ହେବେ। ଅଗଷ୍ଟ ୨୦ ରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଏହି ଚେକ୍ ପ୍ରଦାନ କରାଯିବ ବୋଲି ସିଏମଓ କହିଛନ୍ତି। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଅର୍ଥ ଏବଂ ସହଯୋଗ ବିଭାଗକୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ‘ଋଣ ଛାଡ ଯୋଜନା’ ଅଧୀନରେ ସରକାର ଅନେକ କୃଷକଙ୍କ ଋଣ ଛାଡ କରିସାରିଛନ୍ତି। ଏପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ୫.୬୪ ଲକ୍ଷ ଚାଷୀଙ୍କର ୪,୬୨୪ କୋଟି ଟଙ୍କା ଋଣ ଛାଡ କରାଯାଇଛି। ସୂଚନା ଯେ, ଏକ ଉଚ୍ଚସ୍ତରୀୟ ବୈଠକ ପରେ ସରକାରୀ ମୁଖପାତ୍ର କହିଛନ୍ତି ୨୦ ଅଗଷ୍ଟରେ ଏହି ଚେକ୍ ଜାରି କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ ପ୍ରାଥମିକ ସହକାରୀ ସଭାର ୨,୮୫,୩୨୫ ସଦସ୍ୟଙ୍କ ୫୯୦ କୋଟି ଟଙ୍କାର ଋଣ ଛାଡ଼ କରାଯିବ। ଏହାଦ୍ବାରା ପ୍ରତି ସଦସ୍ୟଙ୍କୁ ପାଖାପାଖି ୨୦ ହଜାର ଟଙ୍କାର ସହାୟତା ମିଳିବ। ଏନେଇ ତୃଣମୂଳ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାକୁ ଅର୍ଥ ବିଭାଗକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପଞ୍ଜାବ ସରକାର ପଞ୍ଜାବ କୃଷି ସହକାରୀ ସଭା-୨୦୧୯ ଅନୁଯାୟୀ କ୍ଷେତରେ କାର୍ଯ୍ୟ କରୁଥିବା କୃଷକ ଏବଂ ଭୂମିହୀନ ଚାଷୀଙ୍କୁ ଋଣ କ୍ଷମା ସ୍କିମ୍ ଆଣିଥିଲେ। ତେବେ କୃଷି ଋଣ ଛାଡ଼ କରିବା ନେଇ ପଞ୍ଜାବ କଂଗ୍ରେସ ୨୦୧୭ରେ ନିର୍ବାଚନୀ ଇସ୍ତାହାର ମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲା। ଏହି ସ୍କିମ୍ ଜରିଆରେ ପଞ୍ଜାବରେ ଏବେ ସୁଦ୍ଧା ୫.୬୪ ଲକ୍ଷ କୃଷକଙ୍କ ୪୬୨୪ କୋଟି ଟଙ୍କା ଋଣ ଛାଡ଼ ହୋଇସାରିଛି ।