ଆଜି ଦ୍ୱିତୀୟ ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ
ଚଣ୍ଡୀଗଡ଼ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି । ଆଜି ଚଣ୍ଡୀଗଡ଼ରେ ଆୟୋଜିତ ହେବାକୁଥିବା ଏକ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମରେ ଅଧିକ ଲୋକଙ୍କୁ ଡକାଯାଇ ନାହିଁ । ତେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହେବ ।
ଭଗବନ୍ତ ମାନ ଯେଉଁ ଝିଅକୁ ବିବାହ କରିବାକୁ ଯାଉଛନ୍ତି, ତାଙ୍କର ନାମ ଡା. ଗୁରପ୍ରିତ କୌର । ମୁଖ୍ୟମନ୍ତ୍ରୀ ଏବେ ନିଜର ବିବାହକୁ ନେଇ କୌଣସି ସ୍ପଷ୍ଟ କରିନାହାନ୍ତି । ବିବାହ ମୁଖ୍ୟମନ୍ତ୍ରୀଙ୍କ ଘରେ ହେବ । ଭଗବନ୍ତ ମାନଙ୍କୁ ଏବେ ୪୮ ବର୍ଷ ଏବଂ ତାଙ୍କର ପ୍ରଥମ ପତ୍ନୀଙ୍କ ସହିତ ଚାରିବର୍ଷ ପୂର୍ବରୁ ବିବାହ ବିଚ୍ଛେଦ ହୋଇସାରିଛି । ଭଗବନ୍ତ ମାନ ଏବଂ ଡା. ଗୁରୁପ୍ରିତ କୌର ଗତ ବର୍ଷେ ଦେଢ଼ବର୍ଷ ହେଲା ପରିଚିତ ହୋଇଛନ୍ତି । ଗୁରୁପ୍ରିତ କୌର ମୂଳ ରୂପରେ ହରିୟାଣାର ବୋଲି ଜଣାପଡ଼ିଛି । ବର୍ତମାନ ସେ ନିଜ ପରିବାର ସହିତ ରାଜପୁରାରେ ରହୁଛନ୍ତି ।
ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ୨୦୧୬ରେ ନିଜ ପ୍ରଥମ ପତ୍ନୀ ଇନ୍ଦରପ୍ରିତ କୌରଙ୍କ ଠାରୁ ଛାଡପତ୍ର ହୋଇଥିଲା । ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି, ଯେଉଁମାନେ ତାଙ୍କର ପ୍ରଥମ ପତ୍ନୀଙ୍କ ସହିତ ଆମେରିକାରେ ରହୁଛନ୍ତି । ଏବେ ଡିଭୋସର ୬ବର୍ଷ ପରେ ଭଗବନ୍ତ ମାନ ଦ୍ୱିତୀୟ ବାର ନିଜ ଜୀବନକୁ ନୂଆ ଭାବରେ ଆରମ୍ଭ କରିବାକୁ ଯାଉଛନ୍ତି ।