ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ାଣ ପାଇଁ ମିଳିଲାନି ଅନୁମତି
ନୂଆଦିଲ୍ଳୀ : ପଞ୍ଜାବ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତିରେ ସେତେ ଉଷ୍ମତାର ବାଦଲ ଘନାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବରେ ପହଁଚିବା ପୂର୍ବରୁ ରାଜନୈତିକ ଉତ୍ତେଜନା ଜୋରଦାର ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବିମାନ ଉଡାଣ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ ହେଲିକାପ୍ଟର ଉଡାଣକୁ ଅନୁମତି ଦିଆଯାଇ ନାହିଁ । ମୋଦିଙ୍କ ବିମାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଚଣ୍ଡିିଗଡର ରାଜେନ୍ଦ୍ର ପାର୍କ ଠୁ ହୋସିଆରପୁର ଯିବା ପାଇଁ ଅନୁମତି ମିଳିନି । ଏହି କାରଣରୁ ଚନ୍ନି ହୋଶିଆରପୁରରେ ଚାଲିଥିବା ରାହୁଲ ଗାନ୍ଧିଙ୍କ ନିର୍ବାଚନ ରାଲିରେ ପହଁଚି ପାରି ନଥିଲେ । କିନ୍ତୁ ହୋସିଆରପୁରକୁ ରାହୁଲ ଗାନ୍ଧିଙ୍କ ବିମାନକୁ ଅନୁମତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଉଡାଣକୁ ଅନୁମତି ନଦେବା ପ୍ରସଙ୍ଗରେ ଏବେ ରାଜନୀତି ଜୋର ଧରିଛି । ପଞ୍ଜାବର କଂଗ୍ରେସ ନେତା ସୁନିଲ ଜଖର କହିଛନ୍ତି ଯେ,ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରକୁ ଅନୁମତି ନଦେବା ଲଜ୍ଜାଜନ ବିଷୟ ।