ଆଇପିଏଲ୍-୨୦୨୨ : ଗୁଜୁରାଟକୁ ୮ ୱିକେଟ୍ରେ ହରାଇଲା ପଞ୍ଜାବ

ମୁମ୍ବାଇ : ଗୁଜୁରାଟ ବିରୋଧରେ ପଞ୍ଜାବର ଜବରଦସ୍ତ ବିଜୟ। ପଡ଼ିଆର ଛକ୍କା ଚୌକା ବର୍ଷାଇଲେ ପଞ୍ଜାବ କିଙ୍ଗ୍ସ ବ୍ୟାଟର ଲିଭିଂଷ୍ଟୋନ। ଆଇପିଏଲ୍ ୨୦୨୨ର ବିଶାଳ ଛକ୍କା ମାରି ଟିମକୁ ଜିତାଇଲେ ଲିଭିଂଷ୍ଟୋନ୍। ଆଇପିଏଲ୍ ୨୦୨୨ର ୪୮ତମ ଲିଗ୍ ମୁକାବିଲାରେ ଆଜି ଗୁଜୁରାଟ ଟାଇଟନ୍ସକୁ ୮ ୱିକେଟ୍ରେ ହରାଇଲା ପଞ୍ଜାବ କିଙ୍ଗ୍ସ।
ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଟସ ଜିତି ହାଦ୍ଦିର୍କ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳୀୟ ସ୍କୋର ୧୭ ଥିବା ବେଳେ ଗୁଜରାଟ ରନ୍ ଆଉଟ ରୂପେ ଶୁବମନ ଗିଲ(୯)ଙ୍କୁ ହରାଇଥିଲା। ଏହାପରେ ରିଦ୍ଧିମାନ ସାହା କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ କେବଳ ୨୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ କାଗିସୋ ରାବାଡା ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୧) ମଧ୍ୟ ନିରାଶ କରିଥିଲେ। ଇନଫର୍ମ ଡାଭିଡ ମିଲର(୧୧) ଓ ରାହୁଲ ତେୱାତିଆ(୧୧) ମଧ୍ୟ ଆଜି ବେଶୀ କିଛି କରିପାରି ନାହାନ୍ତି। ମିଲରଙ୍କୁ ଲିଭଙ୍ଗଷ୍ଟୋନ ଓ ତେୱାତିଆଙ୍କୁ ରାବାଡା ଆଉଟ କରିଥିଲେ। ସନ ରାଇଜର୍ସ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିବା ରଶିଦ ଖାନ ପ୍ରଥମ ବଲରେ ହିଁ ପ୍ୟାଭିଲିୟନ ଫେରିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ସାଇ ସୁଦର୍ଶନ ଧୈର୍ଯ୍ୟର ବ୍ୟାଟିଂ କରି ଚଳିତ ଆଇପିଏଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ସେ ଶେଷ ଯାଏ ଅପରାଜିତ ରହି ୫୦ ବଲରେ ୬୪ ରନ୍ କରିଛନ୍ତି। ଏହି ଇନିଂସରେ ସେ ୫ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ସାଙ୍ଗୱାନ ୨, ଲକି ଫର୍ଗୁସନ ୫ ଓ ଅଲଜାରି ଯୋଶେଫ ଅପରାଜିତ ୪ ରନ୍ର ଇନିଂସ ଖେଳିବାରୁ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭ୍ରେ ୮ ୱିକେଟ ହରାଇ ୧୪୩ ରନ୍ କରିପାରିଛି। ପଞ୍ଜାବ ପକ୍ଷରୁ ରାବାଡା ସର୍ବାଧିତ ୪ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ, ରିଶି ଧୱନ ଓ ଲିଆମ ଲିଭିଙ୍ଗୱଷ୍ଟୋନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
୧୪୪ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ପଞ୍ଜାବ ୮ ୱିକେଟ୍ ହରାଇ ମାତ୍ର ୧୬ ଓଭରରେ ୧୪୫ ରନ୍ କରି ମ୍ୟାଚ୍ ଜିତି ନେଇଛି। ପଞ୍ଜାବ ପକ୍ଷରୁ ଶିଖର ଧୱନ ରକ୍ଷଣଶୀଳ ବ୍ୟାଟିଂ କରି ସର୍ବାଧିକ ୬୨ ରନ୍ କରିଥିବା ବେଳେ ତାଙ୍କ ପଛଖୁ ଭାନୁକା ରାଜ୍ପାକ୍ଷେ ୪୦ ରନ୍ ଓ ଲିଭିଂଷ୍ଟୋନ୍ ବିସ୍ଫୋରକଣ ବ୍ୟାଟିଂ କରି ମାତ୍ର ୧୦ ବଲ୍ରେ ୩୦ ରନ୍ କରି ଦଳକୁ ଜିତାଇଥିଲେ। ପଞ୍ଜାବ ପକ୍ଷରୁ ଜନ୍ ବେୟାରଷ୍ଟୋ(୧) ଓ ଭାନକୁ ରାଜ୍ପାକ୍ଷେ ୪୦ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଆଉ କୌଣସି ୱିକେଟ ହରାଇ ନଥିଲା ପଞ୍ଜାବ। ଶେଷ ପର୍ଯ୍ୟନ୍ତ ଧୱନ ଲିଭିଂଷ୍ଟୋନ୍ ରହି ମ୍ୟାଚ୍ ଜିତାଇଥିଲେ। ସେହିପରି ଗୁଜୁରାଟ ପକ୍ଷରୁ ମହମ୍ମଦ ସାମୀ ଓ ଲକି ଫର୍ଗୁସନ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।