ପଞ୍ଜାବ: ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ ବିଜୟୀ

ଚଣ୍ଡିଗଡ଼ : ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଜାରି ରହିଛି । ପଞ୍ଜାବରେ ଆମ୍ ଆଦ୍ମୀ ପାର୍ଟିକୁ ପ୍ରଚଣ୍ଡ ସଫଳତା ମିଳିଛି । ପଞ୍ଜାବରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ଆମ୍ ଆଦମୀ ପାର୍ଟି । ଭଗୱନ୍ତ ସିଂ ମାନ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି । ପଞ୍ଜାବର ମୋଟ ୧୧୭ ସିଟରୁ ସମସ୍ତ ସିଟର ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ୧୧୭ ସିଟରୁ ଆପ୍ ୯୧ଟି ଆସନରେ ଆଗୁଆ ରହିଛନ୍ତି । ସେଥିମଧ୍ୟରୁ ୭ ଆସନରେ ଆପର ବିଜୟ ହୋଇଛି । ସେପଟେ ଆମ୍ ଆଦମୀ ପାର୍ଟିର ସୁନାମୀରେ ଭାସି ଯାଇଛନ୍ତି ବହୁ ବରିଷ୍ଠ ନେତା । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ କଥା କହିବା ଯଦି ତାହାଲେ ଚନ୍ନି ଦୁଇଟି ଆସନରେ ଏବେ ପଛୁଆ ରହିଛନ୍ତି ।
ଟ୍ରେଣ୍ଡରେ ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଫଳରେ ଘୋଷଣା ମୁତାବକ, ଦଳର ସାଙ୍ଗରୁର ଏମପି ଭଗଓ୍ବନ୍ତ ସିଂ ମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବୃତ୍ତିରେ ହାସ୍ୟ ଅଭିନେତା ଥିବା ଭଗଓ୍ବନ୍ତ ୨୦୧୧ରେ ରାଜନୀତିରେ ପ୍ରବେଶ କରିଥିଲେ। ଏହା ପରେ ସେ ସାଙ୍ଗରୁରୁ ଦୁଇଥର ଲୋକ ସଭା ନିର୍ବାଚନରେ ଜିତିଛନ୍ତି। ଭଗଓ୍ବନ୍ତ ୨୦୧୪ ଏବଂ ୨୦୧୯ ରେ ଆମ ଆଦମୀ ପାର୍ଟିରୁ ଲୋକ ସଭା ନିର୍ବାଚନରେ ଜିତିଛନ୍ତି। ଭଗଓ୍ବନ୍ତ ଆରମ୍ଭରୁ ଆମ ଆଦମୀ ପାର୍ଟିର ଅଂଶ ହୋଇ ନ ଥିଲେ। ବରଂ ମନପ୍ରୀତ ସିଂ ବାଦଲଙ୍କ ଦଳ ପଞ୍ଜାବ ପିପୁଲ୍ସ ପାର୍ଟିରୁ ସେ ନିଜର ରାଜନୈକ ଇନିଂସ ଆରମ୍ଭ କରିଥିଲେ।