କୁମାର ବିଶ୍ୱସଙ୍କୁ ୱାଇ ବର୍ଗର ସୁରକ୍ଷା ପ୍ରଦାନ
ନୂଆଦିଲ୍ଲୀ : କବି ତଥା ପୂର୍ବତନ ଆମ୍ ଆଦମୀ ପାର୍ଟି ନେତା କୁମାର ବିଶ୍ୱସଙ୍କୁ ସିଆରପିଏଫ ସୁରକ୍ଷା ସହିତ ୱାଇ ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । କୁମାର ବିଶ୍ୱସ ବର୍ତ୍ତମାନ ସିଆରପିଏଫ ଯବାନଙ୍କ ସୁରକ୍ଷା କବଳରେ ରହିବେ । କୁମାର ବିଶ୍ୱସଙ୍କୁ ୱାଇ ବର୍ଗର ସୁରକ୍ଷା ଦେବା ପାଇଁ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ତାଙ୍କ ବିବୃତ୍ତି ହେତୁ କୁମାର ବିଶ୍ୱସ ଖଲିସ୍ତାନର ଟାର୍ଗେଟରେ ଅଛନ୍ତି ଏବଂ ତାଙ୍କୁ ଧମକ ଦିଆଯାଉଛି। କୁମାର ବିଶ୍ୱଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିବାରୁ ତାଙ୍କୁ ଏହି ସୁରକ୍ଷା ଦିଆଯାଇଥିବା ସୂଚନା ମିଳିଛି ।