ସୋର ପୈାରାଞ୍ଚଳରେ ମିନି ପାର୍କ ଓ ଓପନ୍ ଜିମ୍ ସ୍ଥାନାନ୍ତରକୁ ବିରୋଧ
ସୋର : ସୋର ମ୍ୟୁନିସିପାଲିଟି ଅଧୀନ ୧ନଂ ୱାର୍ଡ ବଡଖୁରୀ ମୈାଜାରେ ମୁକ୍ତା ଯୋଜନାରେ ଏକ ମିନି ପାକ୍ର୍ ସହ ଓପନ୍ ଜିମ୍ ର୍ନିମାଣ ପାଇଁ ଅନୁମୋଦିତ ହୋଇଥିବା ପ୍ରକଳ୍ପର ସ୍ଥାନାନ୍ତରକୁ କିଛି ସ୍ଥାନୀୟ ବାସୀନ୍ଦା ବିରୋଧ କରି ବିଧାୟକ ,ଜିଲାପାଳ ଓ ପୈାର କାର୍ଯ୍ୟନିବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହି ମୈାଜାରେ ଥିବା ବଡ ପୋଖରୀ ଆଢ଼ିରେ ଥିବା ପ୍ଲଟ୍ ନଂ ୫୬୪ରେ ୭୫ ଡେସିମିଲ ସରକାରୀ ଜାଗାରେ କିସମ୍ ପରିବର୍ତ୍ତନ ସୁପାରିଶ ପରେ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଏକ ମହିଳା ସୟଂ ସହାୟକ ଗୋଷ୍ଠୀକୁ ପୈାର କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନୀୟ ଲୋକେ ଏହି ପ୍ରକଳ୍ପ ପାଇଁ ଜନବସତୀ ଠାରୁ ପ୍ରାୟ ଏକ କିଲୋମିଟର ଦୂର ମରିଚାଇ ପଡିଆ ନିକଟରେ ଶୁଭ ଦେଇଛନ୍ତି । ଏହି ସ୍ଥାନାନ୍ତରଣ ହେଲେ ପ୍ରକଳ୍ପର ସୁରକ୍ଷା, ରକ୍ଷଣାବେକ୍ଷଣର ଅଭାବ ସହ ବ୍ୟବହାରଯୋଗ୍ୟ ହୋଇନପାରିବା ନେଇ ସ୍ଥାନାନ୍ତରକୁ ବିରୋଧ କରାଯାଇଛି । ପୂର୍ବ ର୍ନିଦ୍ଧାରିତ ସ୍ଥାନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଇବାକୁ ପୈାର ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।