ବରଗଡ଼ରେ ଜବରଦଖଲ ଉଚ୍ଛେଦକୁ ବିରୋଧ : ଜେସିବି ଆଗରେ ରାସ୍ତା କଡ଼ ଦୋକାନୀଙ୍କ ବିରୋଧ ଓ ଧାରଣା

ବରଗଡ଼ : ବରଗଡ଼ରେ ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା । ଧାରଣାରେ ବସିଲେ ରାସ୍ତା କଡ଼ ବ୍ୟବସାୟୀ । ବରଗଡ଼ ସହର ସ୍ଥିତ ଲେଙ୍କୁ ମିଶ୍ର ଛକ ଠାରୁ ନୂତନ ଜୀରା ବ୍ରିଜ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଜବର ଦଖଲ ଉଛେଦକୁ ନେଇ ଜିଲା ପ୍ରଶାସନ ଦେଇଥିବା ୪୮ ଘଣ୍ଟା ସମୟ ସୀମା ଆଜି ସରୁଛି । ଏହା ପୂର୍ବରୁ ଦୋକାନ ମାଲିକ ସଂଘ ଏହାକୁ ବିରୋଧ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି ।
ରବିବାର ସନ୍ଧ୍ୟାରେ ସଂଘ ପକ୍ଷରୁ ଲେଙ୍କୁ ମିଶ୍ର ଛକ ଠାରେ ରୁଣ୍ଡ ହୋଇ ପ୍ରତିବାଦ କରାଯାଇଥିଲା । ଆଜି ବି ଧାରଣା ଓ ପ୍ରତିବାଦ ଜାରି ରହିଛି । ଅନ୍ଯପଟେ ଜବର ଦଖଲ ଉଚ୍ଛେଦ ସପକ୍ଷରେ ବରଗଡ଼ ସହରରେ ଜନ ଆନ୍ଦୋଳନର ରୂପ ନେଇଛି । ଓକିଲ ସଂଘ ସମେତ ଜିଲ୍ଲା ପ୍ରଶାସନ ଏକ କମିଟି କରି ବାରମ୍ବାର ବୈଠକ କରିଛି । ଆଜି ସକାଳେ ଜିଲ୍ଲା ପ୍ରଶାସନ ଦେଇଥିବା ସମୟସୀମା ଶେଷ ହେଉଛି ।
ସୂଚନା ଯେ, ବରଗଡ଼ ପୁରୁଣା ଜୀରା ନଦୀ ବ୍ରିଜ୍ରୁ ଲେଙ୍ଗୁ ମିଶ୍ର ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ପାଇଁ ୪୮ ଘଣ୍ଟା ସମୟ ଦିଆଯାଇଥିଲା । ୪୮ ଘଣ୍ଟା ପୁରିବା ପରେ ବି ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ଦେସିବି ସମ୍ମୁଖରେ ଅନେକ ମହିଳା ଓ ପୁରୁଷ ଧାରଣା ଦେଇଛନ୍ତି । ତେବେ ଦୀର୍ଘ ବର୍ଷ ଧରି ଜବରଦଖଲ କରିଆସୁଥିଲେ କିଛି ବ୍ୟବସାୟୀ । ଏହାପୂର୍ବରୁ ଡାକବାଜି ଯନ୍ତ୍ର ସହାୟତାରେ ଉଚ୍ଛେଦ ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ କେହି ଶୁଣିନଥିଲେ । ଶେଷରେ ଉଚ୍ଛେଦ ପାଇଁ ଆସିଥିବା ଜେସିବି ଆଗରେ ଧାରଣାରେ ବସିଛନ୍ତି ଶହ ଶହ ମହିଳା ଓ ପୁରୁଷ ।