ଆଜି କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧନ କରିବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟ୍ଵିଟ୍ କରାଯାଇଛି ଯେ, “ସୋମବାର ଅପରାହ୍ନ ୩ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧନ କରିବେ” ।
ଆଜି କୋଓ୍ୱିନ ଗ୍ଲୋବାଲ କନ୍କ୍ଲେଭରେ ନିଜର ଅଭିଜ୍ଞତା ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଅନ୍ୟ ଦେଶମାନଙ୍କୁ କୋଭିଡ-୧୯ ଟିକାକରଣ ଅଭିଯାନ ଚଳାଇବା ପାଇଁ ଡିଜିଟାଲ ଜନସେବା ଭାବରେ କୋଓ୍ୱିନ ପ୍ଲାଟଫର୍ମ ପ୍ରଦାନ କରିବ । ଅପରାହ୍ନ ୩ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କରୋନା ଭାଇରସ ମହାମାରୀ ସମୟରେ କୋୱିନ ପୋର୍ଟାଲ ଲୋକଙ୍କ କାମରେ କିପରି ଆସୁଛି, ସେନେଇ ଭାରତ ସରକାର ଅନ୍ୟ ଦେଶକୁ ବୁଝାଇବେ । କୋଭିଡ ଟିକାକରଣ ପାଇଁ ଭାରତ ସରକାର କୋୱିନ ପୋର୍ଟାଲ ଆରମ୍ଭ କରିଛନ୍ତି । କୋଭିଡ-୧୯ ଟିକା ନେବା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ହିତାଧିକାରୀ ନାମ ପଂଜୀକରଣ କରୁଛନ୍ତି । ୨୦୨୧ ଜାନୁଆରୀ ୨୧ରେ ଏହି ଆପ୍ଲିକେସନର ଶୁଭାରମ୍ଭ ହୋଇଥିଲା । ଏହି ସମୟରେ ଭାରତ ଟିକାକରଣ ଆରମ୍ଭ କରିବାର ପ୍ରାଥମିକ ଅବସ୍ଥା ଥିଲା । କାନାଡା, ମେକ୍ସିକୋ, ନାଇଜେରିଆ, ପାନାମା ଏବଂ ଉଗାଣ୍ଡା ସମେତ ପ୍ରାୟ ୫୦ଟି ଦେଶ ଟୀକାକରଣ ଅଭିଯାନ ପାଇଁ ଡିଜିଟାଲ ପ୍ଲାଟଫର୍ମ କୋଓ୍ୱିନ ଆପକୁ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ସୂଚନା ନିକଟରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ର ସିଇଓ ଡକ୍ଟର ଆର.ଏସ୍ ଶର୍ମା ପ୍ରଦାନ କରିଛନ୍ତି । ସେ କହିଥିଲେ ଯେ ସଫ୍ଟୱେୟାର ମାଗଣାରେ ସେୟାର କରିବାକୁ ଭାରତ ପ୍ରସ୍ତୁତ ଅଛି । ଡିଜିଟାଲ ସମ୍ମିଳନୀକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଉଦଘାଟନ କରିବେ। ବୈଦେଶିକ ସଚିବ ଏଚ୍ ଶ୍ରୀଲା, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ ଶର୍ମା ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଡିଜିଟାଲ ସମ୍ମିଳନୀରେ ବିଭିନ୍ନ ଦେଶର ସ୍ୱାସ୍ଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞଙ୍କୁ ପ୍ରତିନିଧିତ୍ୱ କରାଯିବ ବୋଲି ଏନଏଚଏ ଏହାର ୱେବସାଇଟରେ ଏକ ବିବୃତ୍ତି ଜାରି କରିଛି ।