ଯୋଗାଭ୍ୟାସ ନକରି ମ୍ୟାଚ୍ ଭାରତ-ଜର୍ମାନି ଐତିହାସିକ ହକି ମ୍ୟାଚ ଦେଖିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଟୋକିଓର ଅଲିମ୍ପିକ୍ସ୍ ଷ୍ଟାଡିୟମ୍ରେ ଭାରତ ଓ ଜର୍ମାନି ମଧ୍ୟରେ ଅନୁଷ୍ଠିତ ଐତିହାସିକ ହକି ଖେଳ ଦେଖିବା ଲାଗି ସମୟ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଯୋଗାଭ୍ୟାସ କରିନାହାନ୍ତି । ସେହି ସମୟ ମଧ୍ୟରେ ସେ ଉଭୟ ଦେଶ ମଧ୍ୟରେ ଚାଲିଥିବା ଖେଳ ସମ୍ପୂର୍ଣ୍ଣରୂପେ ଦେଖିଥିଲେ । ଏହା ପରେ ପରେ ସେ ଭାରତୀୟ ଅଲିମ୍ପିକ୍ସ୍ ହିରୋ ତଥା ପଦକ ବିଜେତାମାନଙ୍କ ସହ ଆଳାପ କରିଥିଲେ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତରୀ ସବୁ ଦିନ ଯୋଗ କରନ୍ତି । ଏଥିସହ, ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ ଜରିଆରେ ମଧ୍ୟ ଭାରତୀୟ ପୁରୁଷ ହକି ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି, ଅବିସ୍ମରଣୀୟ! ପ୍ରତ୍ୟେକ ଭାରତୀୟଙ୍କ ସ୍ମୃତିପଟଳରେ ଖୋଦେଇ ହୋଇ ରହିବା ପରି ଦିନଟିଏ । ଦେଶ ପାଇଁ କାଂସ୍ୟପଦକ ହାସଲ କରିଥିବାରୁ ଆମର ପୁରୁଷ ହକି ଟିମ୍କୁ ଅଭିନନ୍ଦନ । ଏହି କୃତ୍ୱିତ୍ୱ ସହ, ସେମାନେ ସମଗ୍ର ଦେଶର କଳ୍ପନାକୁ ଅକ୍ତିଆର କରିଛନ୍ତି, ବିଶେଷଭାବେ ଆମ ଯୁବବର୍ଗଙ୍କର । ଆମ ହକି ଟିମ୍ ପାଇଁ ଭାରତ ଗୌରବାନ୍ୱିତ ।