୭ଦଫା ଦାବୀ ନେଇ ବାଲିଆପାଳ ବ୍ଲକ କଂଗ୍ରେସ ପକ୍ଷରୁ ଖବରଦାତା ସମ୍ମିଳନୀ
ନୂଆ ମାନଦଣ୍ଡକୁ ଉଛେଦ କରି ପୁରୁଣା ମାନଦଣ୍ଡରେ ପୁନଃ ଆବାସ ଯୋଜନାରରେ ହିତାଧିକାରୀ ଚୟନ କରାଯାଉ
ସରକାର ଦାବି ନମନିଲେ ୨୪ରେ ବ୍ଲକ ସମ୍ମୁଖରେ ଗଣ ବିକ୍ଷୋଭର ଚେତାବନୀ
ବାଲିଆପାଳ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଛକାପଞ୍ଝାରେ ୩ବର୍ଷ ଧରି ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଗରୀବ ଖଟିଖିଆ ହିତାଧୀକାରୀ ତାଲିକାରେ ନାମ ଥିବା ଆଶାରେ ରହି ନୂଆ ନିୟମରେ ବାଦ୍ ପଡ଼ି ନିଷ୍ପେସିତ ହେଲେଣି । ସରକାରଙ୍କ ନୂଆ ନିୟମ ହିତାଧିକାରୀଙ୍କୁ ଏକ ବିରାଟ ଝଟ୍କା ଲାଗୁଥିବା ଅନୁଭବ କରି ସାରା ରାଜ୍ୟରେ କଂଗ୍ରେସ ଆନ୍ଦୋଳନ ଆରମ୍ଭ କରିଛି । ସେହିପାରି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ପଞ୍ଚାୟତର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ବାଲିଆପାଳ ବ୍ଲକ କଂଗ୍ରେସ ପକ୍ଷରୁ ୭ ଦଫା ଦାବି ନେଇ ଶୁକ୍ରବାର ପୂର୍ବାହ୍ନରେ ଏକ ଖବର ଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି ।
ମଧୁପୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ମୁରଲୀ ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ବାଲିଆପାଳ ବ୍ଲକର ବହୁ ସରପଞ୍ଚ, ସମିତି ସଦସ୍ୟଙ୍କ ସହିତ କଂଗ୍ରେସ ଦଳର ବହୁ କର୍ମୀ, ଆଗଧାଡ଼ିର ନେତା ଯୋଗ ଦେଇ ୭ ଦଫା ଦାବି ରଖିବା ସହିତ ପ୍ରଶାସନକୁ ନିନ୍ଦା କରିଥିଲେ । ଆବାସ ଯୋଜନାରେ ପ୍ରକାଶ ପାଇଥିବା ତାଲିକା ସମ୍ପୂର୍ଣ୍ଣ ତୃଟିପୂର୍ଣ୍ଣ ଅଟେ । ଏଥିରେ ବହୁ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିଥିବାବେଳେ ବହୁ ଅଯୋଗ୍ୟ ହିତାଧୀକାରୀଙ୍କ ନାମ ରହିଛି । ଆବାସ ଯୋଜନା ଚୟନରେ ଯେଉଁ ମାନଦଣ୍ଡ ରହିଛି ତାହା ସମ୍ପୂର୍ଣ୍ଣ ଦୂର ଦୃଷ୍ଟି ବିହୀନ । ଏହାକୁ ସଂଶୋଧନ କରି ପୁରୁଣା ମାନ ଦଣ୍ଡରେ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା ସହିତ ଅପେକ୍ଷାରେ ଥିବା ହିତାଧିକାରୀଙ୍କ ତାଲିକାକୁ ସାର୍ବଜନିକ କରାଯିବ, ଗୃହ ତିଆରି ସାମଗ୍ରୀର ଦର ଦାମ ବୃଦ୍ଧିକୁ ଆଖି ଆଗରେ ରଖି ଆବାସ ଯୋଜନାରେ ଅର୍ଥରାଶିକୁ ବଢ଼ାଇବା, ଭୂମିହୀନ ଗରିବ ଲୋକମାନେ କିପରି ଘର ପାଇପାରିବେ ତାର ବ୍ୟବସ୍ଥା କରାଯିବା, ଗତ ପ୍ରଳୟଙ୍କରୀ ବନ୍ୟାରେ ସରକାର ଘୋଷଣା କରିଥିବା ରିଲିଫ ଅଦ୍ୟାବଧି ସାଉଡ଼ି, ବଣିଆଡ଼ିଆ ଓ ବାଲିକୁଟି ପଞ୍ଚାୟତର ଲୋକେ ପାଇ ନାହାନ୍ତି । ସେମାନେ କିପରି ବନ୍ୟା ରିଲିଫ୍ ପାଇବେ ତାର ବ୍ୟବସ୍ଥା କରାଇବାକୁ ବସ୍ତା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ବାଲିଆପାଳ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବିଜନ ନାୟକ ଖବର ଦାତା ସମ୍ମିଳନୀରେ ପ୍ରଶାସନକୁ ଦାବି କରିବା ସହିତ ପ୍ରଶାସନ ଯଦି ଏହାର କୌଣସି ପଦକ୍ଷେପ ନ ନିଅନ୍ତି ତାହାହେଲେ ଆଗମୀ ୨୪ ତାରିଖରେ ବ୍ଲକ ସମ୍ମୁଖରେ ଗଣ ବିକ୍ଷୋଭ ହେବାର ଚେତାବନୀ ଦେଇଛନ୍ତି । ବାଲିଆପାଳ ପଞ୍ଚାୟତ ସମିତିର ଅଧ୍ୟକ୍ଷା ରଞ୍ଜିତା ନାୟକ, ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ବାଡ଼ାଶ ପଞ୍ଚାୟତର ସରପଞ୍ଚ ଜଗନ୍ନାଥ ବିଶ୍ୱାଳ, ଶ୍ରୀରାମପୁର ପଞ୍ଚାୟତର ସାରପଞ୍ଚ ଦେବକୁମାର ଦେ, କଂଗ୍ରେସ ନେତା ରବି ନାରାୟଣ ମହାନ୍ତି, ନରହରି ଜେନା, ଗାୟତ୍ରୀ ଦଳାଇ, ତୀର୍ଥ କୁମାର ନାଗ, ମଧୁପୁରା ସମିତି ସଦସ୍ୟ ସୁଶାନ୍ତ ସେଠୀ, ଦେଉଳା ସରପଞ୍ଚ ସରୋଜ ପିଲା, କାଳୀଚରଣ ସେଠୀ, ରାଜେନ୍ଦ୍ର ଧଳ, ଜଗନ୍ନାଥ ମାହନା, ସୁବାଷ ବେହେରା, ପ୍ରଶାନ୍ତ ଦାସ, ଅନନ୍ତ ଜେନା, ବେଣୁଧର ରଣଜିତ୍, ସମିତି ସଦସ୍ୟ ମନୋଜ ଦାସ, ରାଜୀବ ରାୟ, ଚନ୍ଦ୍ରମୋହନ ଦାସ, ସୁଦର୍ଶନ ପଣ୍ଡିତ, ପ୍ରଦୀପ ସାମନ୍ତ ରାୟ, ଦିପ୍ତିଲି ଦାସ , ଶାନ୍ତନୁ ମହାପାତ୍ର, ହରେକୃଷ୍ଣ ସେନାପତି, ଅଭିମନ୍ୟୁ ଜେନାଙ୍କ ସହିତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ସରକାରଙ୍କ ଆବାସ ଯୋଜନାରେ ନୂଆ ମାନଦଣ୍ଡ ନିର୍ଦ୍ଧାରଣକୁ ନିନ୍ଦା କରିଛନ୍ତି ।