ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀକ୍ଷେତ୍ରରେ ରଥଯାତ୍ରା ଜାରି ରହିଛି । ନବଦିନାତ୍ମକ ଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀଙ୍କୁ ଯିବେ କାଳିଆ ଠାକୁର। ଭକ୍ତିମୟ ପରିବେଶରେ ବଡଦାଣ୍ଡ ଉଛୁଳି ପଡ଼ୁଛି । କରୋନା କଟକଣା ପାଇଁ ବିନା ଶ୍ରଦ୍ଧାଳୁରେ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏହା ସତ୍ତ୍ୱେ ଘଣ୍ଟ, ଘଣ୍ଟା, କାହାଳୀ ବାଜାରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ତେବେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହେଉଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
भगवान जगन्नाथ की रथ यात्रा के शुभ अवसर पर सभी देशवासियों, विशेष रूप से ओडिशा में सभी श्रद्धालुओं को मेरी हार्दिक बधाई एवं शुभकामनाएं। मैं कामना करता हूँ कि प्रभु जगन्नाथ के आशीर्वाद से सभी देशवासियों का जीवन सुख, समृद्धि और स्वास्थ्य से परिपूर्ण बना रहे।
— President of India (@rashtrapatibhvn) July 12, 2021
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଭଗବାନ ଜଗନ୍ନାଥଙ୍କ ରଥଯାତ୍ରାର ସୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ବିଶେଷ କରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଶୁଭକାମନା। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତ ଦେଶବାସୀଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ଵାସ୍ଥ୍ୟରେ ପରିପୂର୍ଣ୍ଣ କରନ୍ତୁ ବୋଲି ମୁଁ କାମନା କରୁଛି।
Greetings to everyone on the special occasion of the Rath Yatra. We bow to Lord Jagannath and pray that his blessings bring good health and prosperity in everyone’s lives. Jai Jagannath!
— Narendra Modi (@narendramodi) July 12, 2021
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଲେଖିଛନ୍ତି ଯେ, ରଥଯାତ୍ରାର ବିଶେଷ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା । ଆମେ ଭଗବାନ ଜଗନ୍ନାଥଙ୍କୁ ପ୍ରଣାମ କରୁ ଏବଂ ପ୍ରାର୍ଥନା କରୁ ଯେ ତାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧତା ଆଣନ୍ତୁ ବୋଲି ସେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲରେ ଓ ଖୁସିରେ ରଖନ୍ତୁ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେଉ। ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। #ରଥଯାତ୍ରା୨୦୨୧ pic.twitter.com/lbFMULZz7k
— Naveen Patnaik (@Naveen_Odisha) July 12, 2021
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି ଯେ, ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେଉ। ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି।