୧୧ ଜଣଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି । ୧୧ ଜଣ ପିଲାଙ୍କୁ ପ୍ରଦାନ କରାଯାଇଛି ବାଲ୍ ପୁରସ୍କାର-୨୦୧୩ । ପୁରସ୍କର ଗ୍ରହଣ କରୁଥିବା ପିଲାମାନଙ୍କ ମଧ୍ୟରେ ୧୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳର ୬ ଜଣ ବାଳକ ଏବଂ ୫ ଜଣ ବାଳିକା ଅଛନ୍ତି । ପ୍ରତ୍ୟେକ ବିଜେତାଙ୍କୁ ପଦକ, ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଛି । କଳା, ସଂସ୍କୃତି, ସାହସିକତା, ନବସୃଜନ, ଶିକ୍ଷା, ସାମାଜିକ ସେବା ଏବଂ କ୍ରୀଡା କ୍ଷେତ୍ରରେ ସେମାନଙ୍କର ଅତୁଳନୀୟ ସଫଳତା ପାଇଁ ପାଂଚରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।
ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୃତୀ ପ୍ରତିଭାଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ଚଳିତ ବର୍ଷର ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ଓଡ଼ିଶାର ସମ୍ଭବ ମିଶ୍ର ଅନେକ ଉପାଦେୟ ପ୍ରବନ୍ଧ ଓ ବହି ଲେଖିଛନ୍ତି, ଯାହା ପାଠପ ମହଲରେ ଆଦୃତ ଲାଭ କରିଛି । ସାହିତ୍ୟ କୃତୀରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ସମ୍ମାନଜନକ ‘ଫେଲୋସିପ ଅଫ ଦି ରୟାଲ ଏସିଏଷ୍ଟିକ ସୋସାଇଟି, ଲଣ୍ଡନ’ ମିଳିଛି । ୨୦୦ ବର୍ଷ ମଧ୍ୟରେ ସେ ଏହି ଫେଲୋସିପ ପାଇବାରେ ସର୍ବ କନିଷ୍ଠ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି ।
ନବସୃଜନ, ସାମାଜିକ ସେବା, ଏକାଡେମିକ୍, କ୍ରୀଡା, କଳା-ସଂସ୍କୃତି ଏବଂ ସାହସିକତା ବର୍ଗରେ ସଫଳତାକୁ ନେଇ ପିଲାମାନେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ପିଲାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଦ୍ରେ?ପଦୀ ମୁର୍ମୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି ।