ରେଲୱେରେ ଅଧିକ ଦେଢ ଲକ୍ଷ ନିଯୁକ୍ତି ଦେବା ପାଇଁ ଚାଲିଛି ପ୍ରସ୍ତୁତି : ରେଳମନ୍ତ୍ରୀ
ନୂଆଦିଲ୍ଲୀ : ବେରୋଜଗାରୀ ପ୍ରସଙ୍ଗକୁ ନେଇ ସଂସଦରୁ ଆରମ୍ଭ କରି ରାଜରାସ୍ତା ସବୁଠି ସଂଗ୍ରାମ ଜାରି ରହିଛି । ଏହାରି ଭିତରେ କେନ୍ଦ୍ର ସକାର ସଂସଦରେ ସୂଚନା ଦେଇ କହିଛନ୍ତି, ଗତ ଆଠ ବର୍ଷ ଅର୍ଥାତ ୨୦୧୪ରୁ ଆଜି ଯାଏଁ ରେଲୱେ ମୋଟ ୩,୫୦,୦୦୦ ନିଯୁକ୍ତି ଦେଇଛି । ଏହାସହ ଦେଢ ଲକ୍ଷ ନୂଆ ନିଯୁକ୍ତି ଦେବା ପାଇଁ ପ୍ରସ୍ତୁତି ଚାଲିଛି, ଏହାର ଭର୍ତ୍ତି ପ୍ରକ୍ରିୟା ଜାରି ରହିଛି ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ରାଜ୍ୟସଭାରେ କହିଛନ୍ତି ଭାରତୀୟ ରେଲୱେ ୨୦୧୪ରୁ ୨୦୨୨ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୩,୫୦,୨୦୪ ଲୋକଙ୍କୁ ରୋଜଗାର ଦେଇଛି ଏବଂ ୧.୪ ଲକ୍ଷଙ୍କ ଭର୍ତ୍ତି ପ୍ରକ୍ରିୟା ଜାରି ରହିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଦେଶରେ ଲୋକଙ୍କୁ ରୋଜଗାର ଦେବାରେ ରେଲୱେର ପ୍ରମୁଖ ଯୋଗଦାନ ରହିଛି । ଚଳିତ ବର୍ଷ ରେଲୱେ ପକ୍ଷରୁ ୧୮,୦୦୦ ଚାକିରି ପ୍ରଦାନ କରାଯାଇଛି । ସେ କହିଛନ୍ତି, ଏପରି ଲୋକ ଅଛନ୍ତି ଯେଉଁମାନେ ୧୦ ହଜାରୁ ୨୦ ହଜାର ନିଯୁକ୍ତି ଦେବା କଥା କହୁଥିଲା, କିନ୍ତୁ ଏଠାରେ ଆମେ ବାସ୍ତବିକ ନିଯୁକ୍ତିକୁ ପ୍ରଦାନ କରିଛୁ ।