ବାଲେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆର୍ଜିପିଆର୍ଏସ୍ର ପ୍ରସ୍ତୁତି
- ଅଗଷ୍ଟ ୨୫ ଓ ୨୬ରେ ଆୟୋଜିତ ହେବ ୪ଟି ଜିଲାର ସର୍ବେକ୍ଷେଣ ଶିବିର
ବାଲେଶ୍ୱର : ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ (ଆର୍ଜିପିଆର୍ଏସ୨୍) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପରିପ୍ରେୀକ୍ଷୀରେ ବାଲେଶ୍ୱର ମୋତିଗଞ୍ଜ ସ୍ଥିତ ଜିଲା କଂଗ୍ରେସ ଭବନରେ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଛି । ଏକ ବୈଠକରେ ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ ଓ କେଉଁଝର ଜିଲା ନେତୃତ୍ୱ ଯୋଗ ଦେଇ ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହି ୪ ଜିଲାର ପଞ୍ଚାୟତ, ବ୍ଲକ ଓ ଜିଲା ପରିଷଦ ଜୋନ୍ସ୍ତରର କର୍ମୀ ଓ ସଂଯୋଜକ ମାନଙ୍କର ସର୍ବୋଦୟ ଶିବିର ଆସନ୍ତା ଅଗଷ୍ଟ ୨୫ ଓ ୨୬ ତାରିଖରେ ନୀଳଗିରି ଠାରେ ଅନୁଷ୍ଟିତ ହେବାର ନିଷ୍ପତିି ନିଆଯାଇଛି । ଉକ୍ତ ଶିବିରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜାତୀଯ ଅଧ୍ୟକ୍ଷା ମିନାକ୍ଷୀ ନଟରାଜନ ଓ ଉପାଧ୍ୟକ୍ଷ ହର୍ଷବର୍ଦ୍ଧନ ସତପଲ ଯୋଗ ଦେବେ । ଦେଶର ସାମ୍ପ୍ରତିକ ରାଜନୀତି ସହିତ ସ୍ୱାଧୀନତା ଆନ୍ଦୋଳନ ଓ ପରବର୍ତୀ ଦେଶର ବିକାଶରେ କଂଗ୍ରେସର ଭୂମିକା ବିଷୟରେ ଆଲୋଚନା ହେବା ସହିତ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ ।
ବୈଠକରେ କେନ୍ଦ୍ରୀୟ କମିଟିର ଓଡିଶା ପ୍ରଭାରୀ କୁନାଲ ବାନାର୍ଜୀ ଯୋଗ ଦେଇ ସମ୍ପ୍ରତି ଦେଶର ସୁରକ୍ଷା ପାଇଁ ଆଦର୍ଶଗତ ଲଢେଇ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଥିଲେ । ଜିଲା ସଭାପତି ସଞ୍ଜୀବ ଗିରି, ମୟୁରଭଞ୍ଜ ଓ କେଉଁଝର ଜିଲାର ଜୋନ ସଂଯୋଜକ ନିରୋଜଲୋଚନ ଦାଶ, ଭଦ୍ରକ ଓ ବାଲେଶ୍ୱର ଜିଲାର ଜୋନ ସଂଯୋଜକ ନଳିନୀ ମହାନ୍ତି, ମୟୁରଭଞ୍ଜ ସଂଯୋଜକ ମୀନକେତନ ବେହେରା, ବାଲେଶ୍ୱର ସଂଯୋଜକ ବିଜୟ ମହାନ୍ତି, ଭଦ୍ରକ ସଂଯୋଜକ ପ୍ରଦ୍ୟୁମ୍ନ ଦାସ, କେଉଁଝର ସଂଯୋଜକ ସୁଦର୍ଶନ ପାଇକରାୟ, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦକ ଅର୍ଚ୍ଚନା ନନ୍ଦୀ, ଜିଲା କଂଗ୍ରେସର ସାଧାରଣ ସମ୍ପାଦକ ଦେବଦତ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ତୁଷାରକାନ୍ତ ବେହେରା, ଛାତ୍ରନେତା ଜୀବନ ମହାପାତ୍ର, ବିଦ୍ୟାଧର ମହାନ୍ତି, ଜିତେନ୍ଦ୍ର ଦାସ, ଉମାଶଙ୍କର ଦାସ, ଶଙ୍କର୍ଷଣ ଦାସ ପ୍ରମୁଖ ଯୋଗ ଦେଇଥିଲେ ।