ଦଶମ ପରୀକ୍ଷା ପାଇଁ ପିଲାଙ୍କ ପ୍ରସ୍ତୁତି, ୭ ରୁ ୮ଘଣ୍ଟା କରୁଛନ୍ତି ପରିଶ୍ରମ

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ଦଶମ ବୋର୍ଡ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି । ପିଲାମାନେ ଦିନକୁ ୭ ରୁ ୮ଘଣ୍ଟା ପରିଶ୍ରମ କରୁଛନ୍ତି । ସାଧାରଣତଃ ପିଲାଟି ପରୀକ୍ଷା ପୂର୍ବରୁ ରାତି ଅନିଦ୍ରା ହୋଇ ପାଠ ପଢ଼ିବା ଉପରେ ଅନେକ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ଶିକ୍ଷା ବିଶେଷଜ୍ଞଙ୍କ ମତରେ ଏହା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ସୁତରାଂ ପରୀକ୍ଷା ପୂର୍ବରୁ କିଛି ଟିପ୍ସ ଓ ଟ୍ରିକ୍ସ ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ। ଉଦାହରଣ ସ୍ୱରୁପ ଜଣେ ପିଲା ଦିନରାତି ପାଠପଢ଼ି ଭଲ ରେଜଲ୍ଟ କରିପାରିଲାନି କିନ୍ତୁ ଆଉ ଜଣେ ପିଲା ସାଧାରଣ ଭାବେ ପାଠପଢ଼ି ଭଲ ରେଜଲ୍ଟ ପାଇଲା। ଏଠି ଟିପ୍ସ ଓ ଟ୍ରିକ୍ସର ଭୂମିକା ରହିଛି। ଚାଲନ୍ତୁ ସେ ବିଷୟରେ ଆଲେ।ଚନା କରିବା।
ସାଧାରଣତଃ ଲକ୍ଷ୍ୟ କରାଯାଏ, ପରୀକ୍ଷାର କମ୍ ଦିନ ପୂର୍ବରୁ ପିଲାମାନେ ରିଭିଜନ ଆରମ୍ଭ କରିଥାନ୍ତି। ହାତରେ ସମୟ ଅଭାବରୁ ସେମାନେ ସବୁ ବିଷୟକୁ ସମାନ ଗୁରୁତ୍ୱ ଦେଇପାରନ୍ତି ନାହିଁ। ନିର୍ଦ୍ଧାରିତ ସମୟ ପୂର୍ବରୁ ରିଭିଜନ ଶେଷ ନହେଲେ କିଛି ପିଲାଙ୍କ ମାନସିକ ଚିନ୍ତା ବଢ଼ିଯାଏ ଏବଂ ସେମାନେ ଅସାଧୁ ଉପାୟ ଅବଲମ୍ବନ କରି ପରୀକ୍ଷାରେ ପାସ୍ କରିବାକୁ ଚେଷ୍ଟା କରନ୍ତି। କିଛି ପିଲା ପରୀକ୍ଷାରେ ପାସ୍ ସିନା କରିଯାନ୍ତି..ଉଚ୍ଚଶିକ୍ଷା କ୍ଷେତ୍ରରେ ଏହାର କୁପରିଣାମ ଭୋଗିଥାନ୍ତି। ସୁତରାଂ ପରୀକ୍ଷାର ଯଥେଷ୍ଟ ଆଗରୁ ରିଭିଜନ ଆରମ୍ଭ କରିବା ଉଚିତ୍।
ପରୀକ୍ଷାରେ ଭଲ ରେଜଲ୍ଟ କରିବାକୁ ହେଲେ ପାଠପଢ଼ାର ସମୟ ନିର୍ଘଣ୍ଟ ତିଆରି କରିବାକୁ ହେବ। ଅନେକ ପିଲା ଏହା କରିପାରନ୍ତି ନାହିଁ। ସେମାନଙ୍କର କିଛି ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ନଥାଏ। ଯେତେବେଳେ ଇଚ୍ଛା ହେଲା ବହି ଖେ।ଲି ବସିଯାଆନ୍ତି ଆଉ ଯେତେବେଳେ ଇଚ୍ଛା ହେଲା ବହି ବନ୍ଦ କରି ଟିଭି କିମ୍ବା ମେ।ବାଇଲ ଧରି ବସିଯାଆନ୍ତି। ଏ କ୍ଷେତ୍ରରେ ଅଭିଭାବକମାନଙ୍କର ମଧ୍ୟ ଅନେକ ଭୂମିକା ରହିଛି। ଯଦି ପିଲାଟି ସମୟ ନିର୍ଘଣ୍ଟ କରିପାରୁନାହିଁ, ତେବେ ଏଠି ଅଭିଭାବକ ପିଲା ସହ ଆଲେ।ଚନା କରି ସମୟ ନିର୍ଘଣ୍ଟ ତିଆରି କରିବା ଉଚିତ। ଏହା ଦ୍ୱାରା ସମୟର ସଠିକ୍ ବିନିଯେ।ଗ ହେବା ସହ ପରୀକ୍ଷା ପୂର୍ବରୁ ପାଠର ରିଭିଜନ ଶେଷ ହେଇପାରିବ।
ପରୀକ୍ଷା ପୂବରୁ ଅନେକ ପିଲା ଏପରିକି ଅଭିଭାବକମାନେ ମଧ୍ୟ ନିୟମିତ ବିରତି ଉପରେ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ। ସେମାନଙ୍କ ମତରେ ପରୀକ୍ଷା ଆଗରୁ ନେ। ରେଷ୍ଟ ପଲିସିକୁ ଆପେଣଇନବା ଉଚିତ୍। କିନ୍ତୁ ବିଶେଷଜ୍ଞଙ୍କ ମତରେ ଏହା ଆଦୌ ଠିକ୍ ନୁହେଁ। ନିୟମିତ ବିରତି ହିଁ ପିଲାର ସ୍ମରଣ ଶକ୍ତିକୁ ବଢ଼େଇବାରେ ସହାୟକ ହେ।ଇପାରିବ। ତେବେ ଏକଥା ମଧ୍ୟ ମନେ ରଖିବାକୁ ହେବଯେ, ଏଥିପାଇଁ ପରୀକ୍ଷାର ଯଥେଷ୍ଟ ଆଗରୁ ରିଭିଜନ ଆରମ୍ଭ କରିବାକୁ ପଡ଼ିବ। ନଚେତ ବିରତି ନେବା ହୁଏତ ସଂଭବ ହେ।ଇନପାରେ ଏବଂ ଫଳ ସ୍ୱରୂପ ପରୀକ୍ଷା ଉପରେଏହାର ଖରାପ ପ୍ରଭାବ ପଡ଼ିବ।
ଅନେକ ପିଲା ଦିନରାତି ପରିଶ୍ରମ କରି ପାଠ ପଢ଼ନ୍ତି, କିନ୍ତୁ ଆଶାନୁରୂପ ରେଜଲ୍ଟ ପାଇପାରନ୍ତିନି। ଆମେଏଇ ଟିକେ ଆଗରୁ ଯେଉଁ ଟିପ୍ସ ଓ ଟ୍ରିକ୍ସ ଉପରେ ଆଲେଚନା କରୁଥିଲେ, ଏଠି ତା’ର ଭୂମିକା ରହିଛି। ସୁତରାଂ ଆମକୁ ନମୂନା ପ୍ରଶ୍ନପତ୍ରର ଉତ୍ତର ଅଭ୍ୟାସ କରିବାକୁ ପଡ଼ିବ। ଘର ଭିତରେ ପରୀକ୍ଷା ହଲ୍ ର ପରିବେଶ ତିଆରି କରି ପିଲାମାନେ ନମୂନା ପ୍ରଶ୍ନପତ୍ରର ଉତ୍ତର ଦେଇ ନିଜର ଦକ୍ଷତା ମାପିବାକୁ ପଡ଼ିବ। ଏହାଦ୍ୱାରା ସେମାନେ ନିଜର ଶକ୍ତି ଓ ଦୁର୍ବଳତା ବାବଦରେ ଜାଣି ସେଇ ଅନୁଯାୟୀ ନିଜର ପ୍ରସ୍ତୁତିକି ବଦଳେଇପାରିବେ। ଏ କ୍ଷେତ୍ରରେ ଅଭିଭାବକମାନଙ୍କର ଯଥେଷ୍ଟ ଭୂମିକା ରହିଛି। ଘର ଭିତରେ ପରୀକ୍ଷା ହଲ୍ ର ପରିବେଶଟିଏ ତିଆରି କଲେ, ପିଲାଟି ସତସତିକା ପରୀକ୍ଷା ହଲରେ ବସିବାର ଅନୁଭବ ଆଣିପାରିବ। ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷାରେ ଚାପମୁକ୍ତ ହେ।ଇ ଭଲ ରେଜଲ୍ଟ କରିବ।