ଗର୍ଭବତୀ ହତ୍ୟା ଘଟଣା : ଫରେଷ୍ଟର ନିଲମ୍ବିତ, ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍
କେନ୍ଦୁଝର : କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳରେ କିଛିଦିନ ତୀର ପୂର୍ବେ ତିର ମାଡ଼ରେ ମା ଓ ଛୁଆ ହାତୀର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ବନ ବିଭାଗ। ବନ ବିଭାଗ ଫରେଷ୍ଟରଙ୍କୁ ନିଲମ୍ବିତ କରିଥିଲା ବେଳେ ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତାଳପଦା ସେକ୍ସନ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ରଙ୍କୁ ନିଲମ୍ବନ କରିଛନ୍ତି କେନ୍ଦୁଝର ଡିଏଫ୍ଓ ଏଚ୍.ଡି ଧନରାଜ।ଏହା ସହିତ ତିନି କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ସେମାନେ ହେଲେ ତେଲକୋଇ ଫରେଷ୍ଟ ରେଂଜର ରେଞ୍ଜର ଶିବାଜୀ ମୋହନ ରାଓ, ଫରେଷ୍ଟର ଯଦୁମଣୀ ରଣା ଓ ଫରେଷ୍ଟ ଗାର୍ଡ ଝରଣା ସାହୁ।
ସୂଚନା ଯେ, ଗତ ୭ ତାରିଖ ଦିନ କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ସେକ୍ସନ କଳାପାଟ ସଂରକ୍ଷିତ ଜଙ୍ଗଲ କୁଳିଆପାଳ ଠାରେ ତୀର ମାଡ଼ରେ ମା’ ଓ ନବଜାତ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଫଳରେ ଦାୟିତ୍ବରେ ଅବହେଳା ନେଇ ବନ ବିଭାଗର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରଥମେ ହାତୀଟି ମୃତ ଛୁଆ ଜନ୍ମ ଦେଇ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଥିଲା । ହେଲେ ପରେ ମାଇହାତୀର ପେଟରୁ ଏକ ତୀର ବାହାରିଥିଲା। ତୀରମାଡ଼ ଫଳରେ ହାତୀର ପାକସ୍ଥଳୀ ଦେଇ ଗର୍ଭାଶୟକୁ ତୀରଟି ଛୁଇଁଥିଲା । ଫଳରେ ମାଆ ହାତୀର ପେଟରେ ହାତୀ ଶାବକର ମୃତ୍ୟୁ ହୋଇଥିଲା ଏବଂ ମାଆ ହାତୀ ସମୟ ପୂର୍ବରୁ ମୃତ ହାତୀ ଶାବକକୁ ଜନ୍ମ ଦେଇ ମାଆ ହାତୀ ସହିତ ହାତୀ ଶାବକର ମଧ୍ୟ ମୃତ୍ୟୁ ଘଟିଥିଲା ।