ବାଲେଶ୍ୱର : ଗର୍ଭଧାରଣ ପୂର୍ବ ଓ ପ୍ରାକ୍ ପରାମର୍ଶଦାତା ଏବଂ ଟାକ୍ସଫୋର୍ସ କମିଟି ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲାସ୍ୱାସ୍ଥ୍ୟ ସମିତି ଟ୍ରେନିଂ ହଲ୍ ଠାରେ ଗର୍ଭଧାରଣ ପୂର୍ବ ଓ ଗର୍ଭଧାରଣ ପ୍ରାକ୍ ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ) ଅଧିନିୟମ ୧୯୯୪ର ଜିଲାପରାମର୍ଶଦାତା ଏବଂ ଟାକ୍ସଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବା ବେଳେ ଆଇନ୍ ବ୍ୟାପାର ସହ ପ୍ରବନ୍ଧକ ମାନସ କୁମାର ସାମନ୍ତ ପରିଚାଳନା କରିଥିଲେ ।
ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଲସେନ ଜଗଦ୍ଦେବ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ବିଭାଗ) ଡା. ଶଶାଙ୍କ ଶେଖର ଚୌଧୁରୀ କାର୍ଯ୍ୟସୂଚୀ ଉପସ୍ଥାପନା କରିଥିଲେ । ଆଲୋଚନା ଓ ବିଚାର ବିମର୍ଶ ପରେ ଜିଲାପାଳ ୨ଟି ଅଲଟ୍ରାସାଉଣ୍ଡ କେନ୍ଦ୍ରକୁ ନୂତନ ପଞ୍ଜିକରଣ ମଞ୍ଜୁର କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଳୟରେ କିଭଳି ଅଲଟ୍ରାସାଉଣ୍ଡର ସୁବିଧା ରୋଗୀ ଉପଲବ୍ଧ କରିପାରିବେ ଆଲୋଚନା କରିବାକୁ ଯାଇ ସମସ୍ତ ଯୋଗ୍ୟ ଡାକ୍ତରମାନେ ସେବା ପ୍ରଦାନ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଆଇନ୍ ଅନୁଯାୟୀ ଜିଲାର ସମସ୍ତ ଅଲଟ୍ରାସାଉଣ୍ଡ କେନ୍ଦ୍ରଗୁଡ଼ିକୁ ଯାଞ୍ଚ କରାଯାଇ ଏବଂ ଆଇନ୍ର ଖିଲାପ କରୁଥିବା କେନ୍ଦ୍ରଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନିଷ୍ପତ୍ତି ହୋଇଥିଲା । ବୈଠକରେ ପବ୍ଲିକ ପ୍ରସିକ୍ୟୁଟର, ଜିଲା ନାରୀସଂଘ ସଭାପତି, ପିଓ, ଡିଏସ୍ଡବ୍ଲ୍ୟୁ କାର୍ଯ୍ୟାଳୟ, ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଜିପିଏମ୍, ଡିଏମ୍ଆର୍ସିଏଚ୍ ଏବଂ ହସ୍ପିଟାଲ ମ୍ୟାନେଜରମାନେ ଉପସ୍ଥିତ ଥିଲେ ।