ବିଧାୟକ ପ୍ରାର୍ଥୀ ଘୋଷଣା ବାକି ସ୍ଵତ୍ତେ ନିର୍ବାଚନ ବିଗୁଲ୍ ଫୁଙ୍କିଲେ ପ୍ରତାପ ଷଡଙ୍ଗୀ
ନୀଳଗିରି : ଆଜି ଭାରତୀୟ ଜନତା ପାର୍ଟି ନୀଳଗିରି ବିଧାନସଭା କ୍ଷେତ୍ର ତରଫରୁ ପଞ୍ଚଲିଙ୍ଗେଶ୍ୱର ମଣ୍ଡଳରେ ମଣ୍ଡଳ ସ୍ତରୀୟ ଏକ ଜନସଭା ଅନୁଷ୍ଠିତ ହୋଇଅଛି।ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଲୋକସଭାର ସାଂସଦ ପାର୍ଥି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଜେପିର ଜିଲ୍ଲା ଉପସଭାପତି କରୁଣାକର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳ,ଚନ୍ଦ୍ରବିନ୍ଦୁ ଦାସ,ସମ୍ପାଦିକା ରେଣୁ ବିଶ୍ୱାଳ,ସମର ଶଙ୍କର କାନୁନଗୋ,ସମିତି ସଭ୍ୟା ପଦ୍ମଜା କାନୁନଗୋ, ପଞ୍ଚଲିଙ୍ଗେଶ୍ୱର ମଣ୍ଡଳ ସଭାପତି ବଳରାମ ବିଶ୍ୱାଳ, କାଣ୍ଡଗରଡି ସରପଞ୍ଚ ମଂଚାସୀନ ଥିଲେ।ଶତାଧିକ ବିଜେପି ସମର୍ଥକ ଉପସ୍ଥିତରେ ଶ୍ରୀଯୁକ୍ତ ଷଡ଼ଙ୍ଗୀ ପୁଣି ଥରେ ନୀଳଗିରିରେ ଡବଲ ଇଂଜିନର ସରକାର ହେବ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ୨୦୧୯ ରୁ ୨୪ ମଧ୍ୟରେ କରୋନାର ପ୍ରତିକୂଳ ପରିସ୍ଥିତି ସତ୍ୱେ ବାଲେଶ୍ୱର ଓ ନୀଳଗିରି କ୍ଷେତ୍ରରେ ଅନେକ ବିକାଶମୂଳକ କାର୍ଯ୍ୟର ହିସାବ ଦେଇଥିଲେ।ଆଗାମୀ ଦିନରେ ଯେଉଁମାନେ ଦଳକୁ ବିଶ୍ୱାସ ଘାତକ କରିଛନ୍ତି ସେମାନଙ୍କୁ ନୀଳଗିରି ଗଡଜାତର ସ୍ୱାଭିମାନ ଜନସାଧାରଣ ଗ୍ରହଣ କରିବେ ନାହିଁ ବୋଲି ମତ ପ୍ରକାଶ କରଥିଲେ।ଭାରତୀୟ ଜନତାପାର୍ଟିର ଶତାଧିକ ସମର୍ଥକ ନୀଳଗିରିରେ ଏବଂ ବାଲେଶ୍ୱରରେ ଆଉ ଥରେ ପଦ୍ମ ଫୁଟାଇ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଏହି ଜନସଭାରେ ସଂକଳ୍ପ ନେଇଥିଲେ। ତେବେ ଏପର୍ଯ୍ୟନ୍ତ ବିଧାୟକ ପ୍ରାର୍ଥୀ ଘୋଷଣା ହୋଇ ନଥିବା ବେଳେ ଖୁବ ଶୀଘ୍ର ଦଳ ତରଫରୁ ନୀଳଗିରିରେ ବିଧାୟକ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ।