ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ
ଗୋଆ : ପଣଜୀର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡ଼ିୟମରେ ପ୍ରମୋଦ ସାୱନ୍ତ ସୋମବାର ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ । ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଭାଜପା ୨୦ଟି ଆସନରେ ବିଜୟ ଲାଭ କରିଛି । ଏହା ବ୍ୟତୀତ କଂଗ୍ରେସକୁ ୧୧, ଆପ୍ କୁ ୨ଟି, ଏମଜିପିକୁ ୨ଟି ଏବଂ ସ୍ୱାଧିନ ପ୍ରାର୍ଥୀ ୩ଟି ଆସନରେ ବିଜୟ ଲାଭ କରିଛନ୍ତି । ଭାଜପା ଏମଜିପିର ୨ ଏବଂ ୩ ଜଣ ସ୍ୱାଧିନ ବିଧାୟକଙ୍କ ସମର୍ଥନରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ସମ୍ମୁଖରେ ଦାବୀ ଉପସ୍ଥାପନ କରିଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଆର ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଡକ୍ଟର ପ୍ରମୋଦ ସାୱନ୍ତ ଏବଂ ତାଙ୍କ ମନ୍ତ୍ରୀ ପରିଷଦକୁ ଅଭିନନ୍ଦନ ଜଣାଇଛନ୍ତି । ପୂରା ଦଳ ଗୋଆର ଲୋକଙ୍କୁ ସୁଶାସନ ଯୋଗାଇଦେବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ଗୋଆରେ ଶପଥ ଗ୍ରହଣ କରିଥିବା ଡକ୍ଟର ପ୍ରମୋଦ ସାୱନ୍ତ ଜୀ ଏବଂ ଅନ୍ୟ ସମସ୍ତଙ୍କୁ ଅଭିନନ୍ଦନ । ମୋର ବିଶ୍ୱାସ ଅଛି ଯେ ଏହି ସମଗ୍ର ଦଳ ଗୋଆର ଲୋକଙ୍କୁ ଉତମ ଶାସନ ପ୍ରଦାନ କରିବ ଏବଂ ଗତ ଦଶନ୍ଧିରେ କରାଯାଇଥିବା ଜନମଙ୍ଗ ଳ କାର୍ଯ୍ୟକୁ ଜାରି ରଖିବେ ।”