ରାଜନୈତିକ ହିଂସା : ହାତଗୋଡ଼ ବନ୍ଧା ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର
ନୂଆପଡା : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ଇତିମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ଚାଲିଛି ପ୍ରସ୍ତୁତି । କିଛି ସ୍ଥାନରେ ଶାନ୍ତିପୂର୍ଣ୍ଣ ପରିବେଶ ରହିଥିବା ବେଳେ କିଛି ସ୍ଥାନରେ ନିର୍ବାଚନୀ ତାତି ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ନୂଆପଡା ଜିଲାରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର ହୋଇଛନ୍ତିି । ନୂଆପଡ଼ା ଖଡ଼ିଆଳ ସୁନାରିଶିକୁମାର ସରପଞ୍ଚ ପ୍ରାର୍ଥୀ ଚୁଳମଣି ବଇଠାରୁ ଉଦ୍ଧାର ହୋଇଛନ୍ତିି । ଘରଠାରୁ ପ୍ରାୟ ୧ କିମି ଦୂର ରାସ୍ତକଡ଼ରୁ ମୁର୍ମୂଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ଖଡିଆଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଖଡିଆଳ ପୋଲିସ ତଦନ୍ତ ଜାରି ରଖିଛି ।
ତେବେ ଗତ ଶୁକ୍ରବାର ରାତିରୁ ଚୁଳମଣି ଆଉ ଘରକୁ ଫେରିନଥିଲେ । ହାତ ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଖଡ଼ିଆଳ ଏସ୍ଡ଼ିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚୁଳମଣିଙ୍କୁ କିଏ ଓ କାହିଁକି ହାତଗୋଡ଼ ବାନ୍ଧି ପକାଇଥିଲା, ତାହା ଅସ୍ପଷ୍ଟ ରହିଛି । ଅପରପକ୍ଷେ ଗୋଟିଏ ପଞ୍ଚାୟତରେ ମାମୁଁ-ଭାଣିଜୀ ପ୍ରାର୍ଥି ହୋଇଛନ୍ତି । ତେବେ ଭାଣିଜୀଙ୍କ ସମର୍ଥକ ଏଭଳି କରିଥିବା ଅଭିଯୋଗ ଅଣିଛନ୍ତି ଗୁରୁତର ଚୁଲମଣୀଙ୍କ ବାପା ।