କୋରାପୁଟରେ ପୋଲିସ୍ ମହାନିର୍ଦ୍ଦେଶକ : ଡ଼ିଜିପି ଡିସ୍କ ପୁରସ୍କାର ବିତରଣ
ଜୟପୁର : ଆଜି ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ । କରୋନା ମହାମାରୀ ସମୟରେ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ସମ୍ମାନୀତ କରିଥିଲେ । କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହାଲ୍ର ଅଡିଟୋରିୟମ୍ରେ ପଦକ ପ୍ରଦାନ ଉତ୍ସବରେ ଯୋଗଦେଇ ଶହିଦ ପୋଲିସ୍ କର୍ମଚାରୀଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଏଥିସହ ସେମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହାସହ ଦକ୍ଷିଣ ପଶ୍ଚିମାଂଚଳ ରେଞ୍ଜର ସମସ୍ତ ଜିଲ୍ଲା ପୋଲିସ୍ ଶ୍ରେଷ୍ଠ ପୋଲିସ୍ କର୍ମଚାରୀମାନଙ୍କୁ ଡିଜିପି ଡିସ୍କ ଏୱାଡ଼ରେ ପୁରସ୍କୃତ କରିଥିଲେ । ଆଜି ଅଭୟଙ୍କ ସହିତ ଗୁଇନ୍ଦା ଆଇଜି ଅମିତାଭ ଠାକୁର, ବରିଷ୍ଠ ପୋଲିସ୍ ଅଧିକାରୀ ଆର୍.କେ. ଶର୍ମା, ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ରାଜେଶ ପଣ୍ଡିତ, କୋରାପୁଟ ଏସ୍ପି ବରୁଣ ଗୁଣ୍ଡୁପାଇ ଯୋଗ ଦେଇଥିଲେ । ମୃତକମାନଙ୍କ ପରିବାରଙ୍କ ମଧ୍ୟରେ ସମ୍ମାନିତ ହେବା ସମୟରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଡିଜପି ଅଭୟ ସେମାନଙ୍କୁ ସାନ୍ତ୍ୱନା ଦେବା ସହ ଧର୍ଯ୍ୟ ଧରିବାକୁ ପରାମର୍ଶ ଦେଇଥିଲେ । ଡିଜିପି ଡିସ୍କ ଏୱାର୍ଡ଼ ପାଉଥିବା ପୋଲିସ କର୍ମଚାରୀମାନେ ଆହୁରି ଅଧିକ ଉତ୍ସାହିତ ସହ କାମ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ପୋଲିସ୍ କର୍ମଚାରୀମାନେ କହିଛନ୍ତି ।
ଛତିଶଗଡ଼ରେ ମାଓ ଆକ୍ରମଣରେ ୨୨ ଯବାନ ଶହିଦ ଘଟଣାକୁ କଡ଼ା ନିନ୍ଦା କଲେ ଡିଜି । ଓଡ଼ିଶା ସୀମାନ୍ତରେ ସୁରକ୍ଷା କଡ଼ାକଡ଼ି ଛତିଶଗଡ଼ ପୋଲିସ୍ ମଧ୍ୟରେ ସମନ୍ୱୟ ରକ୍ଷାକରି ମାଓ ଦମନ ଅପରେସନକୁ ଯୋରଦାର କରାଯିବ କହିଲେ ଡିଜି, ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ମାଓ ହିଂସା ମାଓ ଆକ୍ରମଣରେ ୨୨ ଯବାନ ଶହିଦ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଶହିଦଙ୍କ ପରିବାରକୁ ଶୋକ ଜଣାଇଛନ୍ତି ଏଥିସହ ମାଓବାଦୀଙ୍କ ଏଭଳି କାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି, ଛତିଶଗଡ଼ ପୋଲିସ ସିଆର୍ପିଏଫ୍ ସହ ମିଶି ଓଡ଼ିଶା ସୀମାନ୍ତରେ ମାଓ ଦମନ ନେଇ ଓଡ଼ିଶା ପୋଲିସ ପ୍ରତିଶ୍ରୁତିବଦ୍ଧ, ମାଓ ଦମନ ଅପରେସନକୁ ବ୍ୟାପକ କରାଯିବ ବୋଲି କୋରାପୁଟ ଜିଲ୍ଲାର ସୁନାବେଡ଼ା ଠାରେ କହିଛନ୍ତି ପୋଲିସ ଡିଜି ଅଭୟ ଡିଜିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀ ଗସ୍ତରେ ଆସିଥିଲେ ।