ଅଖିଳେଶ ଯାଦବଙ୍କୁ ଗିରଫ କଲା ପୋଲିସ
ଉତ୍ତରପ୍ରଦେଶ : ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଲକ୍ଷ୍ନୌରେ ଥିବା ତାଙ୍କ ବାସଭବନ ବାହାରେ ପୋଲିସ ଗିରଫ କରିଛି । ରବିବାର ଦିନ ଚାରିଜଣ ଚାଷୀଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଲକ୍ଷ୍ମୀପୁର ଖେରୀ ଜିଲ୍ଲା ପରିଦର୍ଶନ କରିବାକୁ ବାହରିଥବା ସମୟରେ ପୋଲିସ ତାଙ୍କୁ ତାଙ୍କ ବାସଭବନ ବାହାରେ ଅଟକାଇଥିଲା । ଏହା ପରେ ସେ ସେଠାରେ ହିଁ ଧାରଣାରେ ବସିଥିଲେ । ଏହା ପରେ ପୋଲିସ ତାଙ୍କ ଗିରଫ କରିଛି ।
ପୁର୍ବରୁ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କୁ ରବିବାର ଦିନ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଥିଲା ପୋଲିସ । ଏହି ଘଟଣାକୁ ନେଇ ପ୍ରୟଙ୍କା କହିଥିଲେ ଯେ ଆଜିର ଘଟଣା ଦର୍ଶାଉଛି ଯେ ଏହି ସରକାର କୃଷକମାନଙ୍କୁ ହଟାଇବା ପାଇଁ ରାଜନୀତି କରୁଛନ୍ତି। ଏହା ହେଉଛି କୃଷକ ଦେଶ, ବିଜେପିର ନୁହେଁ ମୁଁ ପୀଡିତାର ସମ୍ପର୍କୀୟଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇ କୌଣସି ଅପରାଧ କରୁନାହିଁ ଆପଣ କାହିଁକି ଆମକୁ ଅଟକାଉଛନ୍ତି? ତୁମର ୱାରେଣ୍ଟ ରହିବା ଉଚିତ ବୋଲି କଂଗ୍ରେସ ନେତା କହିଛନ୍ତି। ରବିବାର ଦିନ ୟୁପିର ଲକ୍ଷ୍ମୀପୁର ଖେରିରେ ଆଠ ଜଣଙ୍କ ମଧ୍ୟରେ ୪ ଜଣ କୃଷକ ଥିଲେ, ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ମାଲିକାନାରେ ଥିବା ତିନିଟି ଏସୟୁଭିର ଏକ କନଭୋନ୍ ଧକ୍କା ଦେଇଥିଲା।