ଆଜି ସୋମନାଥରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୋମନାଥରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ । ସୋମନାଥ ମନ୍ଦିରରେ ୫ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ସୋମନାଥ ମନ୍ଦିରରେ ପାର୍ବତୀ ମନ୍ଦିରର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ । ଏହି ମନ୍ଦିର ନିର୍ମାଣରେ ମୋଟ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପାର୍ବତୀ ମନ୍ଦିରର ଗର୍ଭଗୃହ ୩୮୦ ବର୍ଗ ମିଟର ହେବ । ମନ୍ଦିରର ନୃତ୍ୟ ମଣ୍ଡପ ୧୨୫୦ ବର୍ଗ ମିଟର ରଖାଯିବ । ଏହାକୁ ସୋମପୁରା ସଲାତ ଶୈଳୀରେ ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରର ଶିଳାନ୍ୟାସ ସହିତ ସୋମନାଥ ମନ୍ଦିର ପରିସରରେ ନିର୍ମିତ ସୈରଗାହର ଲୋକାର୍ପଣ କରିବେ । ସୋମନାଥ ମନ୍ଦିର ନିଟକରେ ଅହଲ୍ୟାବାଇ ମନ୍ଦିରର ମଧ୍ୟ ଜୀର୍ଣ୍ଣଦ୍ୱାର କରାଯାଇଛି । ଏହି ମନ୍ଦିରକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉତ୍ସର୍ଗ କରିବେ । ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ୩.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଠାରେ ଯାତ୍ରୀମାନଙ୍କର ସୁବିଧା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ସୋମନାଥ ପ୍ରୋମେନାଡ, ସୋମନାଥ ପ୍ରଦର୍ଶନୀ କେନ୍ଦ୍ର ଏବଂ ପୁରୁଣା (ଜୁନା) ସୋମନାଥର ପୁନଃ ର୍ନିମାଣ ମନ୍ଦିର ପରିସର ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପାର୍ବତୀ ମନ୍ଦିରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ।
ମୋଟ ୪୭ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ପ୍ରସାଦ (ତୀର୍ଥଯାତ୍ରା ପୁନଃ ନବୀକରଣ ଏବଂ ଆଧ୍ୟାତ୍ମିକ, ଐତିହ୍ୟ ବର୍ଦ୍ଧିତ କାର୍ଯ୍ୟକ୍ରମ) ଯୋଜନା ଅଧୀନରେ ସୋମନାଥ ପ୍ରୋମେନେଡ୍ ବିକଶିତ କରାଯାଇଛି । “ପର୍ଯ୍ୟଟକ ସୁବିଧା କେନ୍ଦ୍ର” ପରିସରରେ ବିକଶିତ ହୋଇଥିବା ସୋମନାଥ ପ୍ରଦର୍ଶନୀ କେନ୍ଦ୍ରରେ ପୁରୁଣା ସୋମନାଥ ମନ୍ଦିରର ଭଗ୍ନ ଅଂଶର ପ୍ରଦର୍ଶନୀ ଏବଂ ପୁରାତନ ସୋମନାଥଙ୍କ ନାଗର ଶୈଳୀ ମନ୍ଦିର ସ୍ଥାପତ୍ୟ ଥିବା ଏହାର ମୂର୍ତ୍ତିଗୁଡ଼ିକ ପ୍ରଦର୍ଶିତ ହୋଇଛି । ପୁରାତନ (ଜୁନା) ସୋମନାଥର ପୁନଃ ର୍ନିମାଣ ମନ୍ଦିର ପରିସର ଶ୍ରୀ ସୋମନାଥ ଟ୍ରଷ୍ଟ ଦ୍ୱାରା ସମୁଦାୟ ୩.୫ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ଏହି ମନ୍ଦିରକୁ ଅହିଲ୍ୟାବାଈ ମନ୍ଦିର ବୋଲି ମଧ୍ୟ କୁହାଯାଏ କାରଣ ଏହା ଇନ୍ଦୋରର ରାଣୀ ଅହିଲବାଈଙ୍କ ଦ୍ୱାରା ର୍ନିମିତ ହୋଇଥିଲା ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ପୁରାତନ ମନ୍ଦିରଟି ଧ୍ୱଂସ ହୋଇଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ତଥା ବର୍ଦ୍ଧିତ କ୍ଷମତା ସହିତ ସମଗ୍ର ପୁରାତନ ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ରୂପେ ପୁନଃ ର୍ନିମାଣ କରାଯାଇଛି । ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଏବଂ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବେ ।