ଆଜି ୨୧ଟି ବୃହତ ଦ୍ୱୀପପୁଞ୍ଜର ନାମକରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ସୋମବାର ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨୧ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ନାମକରଣ ହୋଇ ନଥିବା ୨୧ ଟି ବୃହତ ଦ୍ୱୀପପୁଞ୍ଜର ନାମକରଣ ସମାରୋହରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପରେ ନେତାଜୀଙ୍କ ନାମରେ ସମର୍ପିତ ପାଇଁ ର୍ନିମାଣ ହେବାକୁ ଥିବା ଜାତୀୟ ସ୍ମାରକୀ ମଡେଲକୁ ମଧ୍ୟ ଉନ୍ମୋଚନ କରିବେ ।
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଐତିହାସିକ ମହତ୍ୱକୁ ମନେ ରଖି ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିକୁ ସମ୍ମାନ ଜଣାଇବା ପାଇଁ ରସ୍ ଦ୍ୱୀପପୁଞ୍ଜକୁ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ ନାମରେ ନାମିତ କରାଯାଇଥିଲା । ନୀଲ୍ ଦ୍ୱୀପ ଏବଂ ହାଭଲକ୍ ଦ୍ୱୀପକୁ ମଧ୍ୟ ସହୀଦ ଦ୍ୱୀପ୍ ଏବଂ ସ୍ୱରାଜ ଦ୍ୱୀପ୍ ନାମରେ ନାମିତ କରାଯାଇଥିଲା । ଦେଶର ବାସ୍ତବ ଜୀବନର ହୀରୋମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ଏହି ଆବେଗ ସହିତ ଆଗକୁ ବଢିବା ପରେ ବର୍ତମାନ ଦ୍ୱୀପ ପୁଞ୍ଜର ନାମକରଣ ହୋଇନଥିବା ୨୧ ବୃହତମ ଦ୍ୱୀପକୁ ୨୧ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ କରିବାକୁ ନିଷ୍ପତି ନିଆଯାଇଛି । ସର୍ବ ବୃହତ ନାମବିହୀନ ଦ୍ୱୀପ ପ୍ରଥମ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ ହେବ, ଦ୍ୱିତୀୟ ବୃହତମ ନାମବିହୀନ ଦ୍ୱୀପ ଦ୍ୱିତୀୟ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ ହେବ । ଏହି ପଦକ୍ଷେପ ଆମ ବୀରମାନଙ୍କ ପାଇଁ ଏକ ଅନନ୍ତ ଶ୍ରଦ୍ଧାଞ୍ଜଳି ହେବ, ସେମାନଙ୍କ ମଧ୍ୟରୁ ଅନେକ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ରକ୍ଷା କରିବା ପାଇଁ ଚରମ ବଳିଦାନ ଦେଇଥିଲେ ।
ଏହି ଦ୍ୱୀପପୁଞ୍ଜଗୁଡିକ ଯେଉଁ ୨୧ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ ହେବ ସେମାନେ ହେଲେ ମେଜର ସୋମନାଥ ଶର୍ମା; ସୁବେଦାର ଏବଂ ହୋନି କ୍ୟାପଟେନ୍ (ତକ୍ରାଳୀନ ଲାନ୍ସ ନାୟକ) କରମ୍ ସିଂହ, ଏମ୍ଏମ୍; ୨ୟ ଲେଫ୍ଟନାଂଟ ରାମ ରାଘୋବା ରାଣେ; ନାୟକ ଯଦୁନାଥ ସିଂହ; କମ୍ପାନୀ ହାବିଲଦାର ମେଜର ପିରୁ ସିଂହ; କ୍ୟାପଟେନ୍ ଜିଏସ୍ ସାଲାରିଆ; ଲେଫ୍ଟନାଂଟ କର୍ଣ୍ଣେଲ (ତତ୍କାଳୀନ ମେଜର) ଧନ ସିଂହ ଥାପା; ସୁବେଦାର ଯୋଗୀନ୍ଦର ସିଂହ; ମେଜର ସୈତାନ ସିଂହ; ସିକ୍ୟୁଏମଏଚ୍ ଅବଦୁଲ ହମିଦ; ଲେଫ୍ଟନାଂଟ କର୍ଣ୍ଣେଲ ଆର୍ଦେଶୀର ବୁର୍ଜୋରଜୀ ତାରାପୋରେ; ଲାନ୍ସ ନାଏକ ଆଲବର୍ଟ ଏକକା; ମେଜର ହୋଶିଆର ସିଂହ; ୨ୟ ଲେଫ୍ଟନାଂଟ ଅରୁଣ କ୍ଷେତ୍ରପାଲ; ଫ୍ଲାଇଙ୍ଗ ଅଫିସର ର୍ନିମଲଜିତ ସିଂହ ସେଖୋଁ; ମେଜର ରାମସ୍ୱାମୀ ପରମେଶ୍ୱରନ୍; ନାଏବ ସୁବେଦାର ବାନା ସିଂହ; କ୍ୟାପଟେନ ବିକ୍ରମ ବାତ୍ରା; ଲେଫ୍ଟନାଂଟ ମନୋଜ କୁମାର ପାଣ୍ଡେ; ସୁବେଦାର ମେଜର (ତତ୍କାଳୀନ ରାଇଫଲମ୍ୟାନ୍) ସଞ୍ଜୟ କୁମାର; ଏବଂ ସୁବେଦାର ମେଜର ଅବସରପ୍ରାପ୍ତ (ହୋନି କ୍ୟାପଟେନ) ଗ୍ରେନାଡିୟର୍ ଯୋଗେନ୍ଦ୍ର ସିଂହ ଯାଦବ ।