ଆଜି ୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଚାକିରି ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଦେଶର ୪୫ଟି ସ୍ଥାନରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସରକାରୀ ଚାକିରି ପାଇଁ ଚୟନ ହୋଇଥିବା ୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ।
ଦେଶରେ ନିଯୁକ୍ତି ପର୍ବ । ସମସ୍ତଙ୍କୁ ମିଳିବ ସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ । ଲକ୍ଷ୍ୟ ପୂରଣ ଦିଗରେ କେନ୍ଦ୍ର ସରକାର । ସାରା ଦେଶରେ ୧୦ଲକ୍ଷ ଯୁବକଯୁବତୀଙ୍କୁ ସରକାରୀ ସ୍ଥରରେ ନିଯୁକ୍ତି ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏପର୍ଯ୍ୟନ୍ତ ଦେଶରେ ୫ ଲକ୍ଷ ଚାକିରି ଆଶାୟୀଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିରେ ମହିଳା, ଦିବ୍ୟାଙ୍ଗଜନ ଏବଂ ଅଭିଳାଷୀ ଜିଲାର ପ୍ରାର୍ଥୀମାନେ ବିଶେଷ ଲାଭ ପାଉଛନ୍ତି ।
ପିଏମୋର ସୂଚନା ମୁତାବକ ଚୟନ ହୋଇଥିବା ଚାକିରି ଆଶାୟୀଙ୍କୁ ରାଜସ୍ବ ବିଭାଗ, ଅର୍ଥନୀତି ସେବା ବିଭାଗ, ଅଡିଟ୍ ଆଣ୍ଡ୍ ଆକାଉଣ୍ଟସ୍, ପୋଷ୍ଟାଲ୍, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ ଏହା ସହିତ ବିଭିନ୍ନ ମନ୍ତ୍ରାଳୟରେ ନିଯୁକ୍ତି ଦିଆଯିବ । ସେହିପରି ସ୍ବାସ୍ଥ୍ୟସେବା ଏବଂ ପରିବାର କଲ୍ୟାଣ ବିଭାଗ, ପାନୀୟ ଜଳ ଓ ପ୍ରଶିକ୍ଷଣ ବିଭାଗରେ ମଧ୍ୟ ନିଯୁକ୍ତି ଦିଆଯିବ । ଗତ ବର୍ଷ ଅକ୍ଟୋବରରେ ପ୍ରଥମ ରୋଜଗାର ମେଳାରେ ପିଏମ୍ ମୋଦି ନିଯୁକ୍ତିପତ୍ର ବାଣ୍ଟିଥିଲେ । ରୋଜଗାର ମେଳା ରୋଜଗାର ସୃଜନଶୀଳକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଉପରେ ପଦକ୍ଷେପ ନିଆଯାଉଛି । ରୋଜଗାର ମେଳା ମାଧ୍ୟମରେ ଯୁବବର୍ଗଙ୍କୁ ସଶକ୍ତିକରଣ ଏବଂ ଦେଶ ବିକାଶରେ ଭାଗିଦାରୀ ପାଇଁ ସାର୍ଥକ ଅବସର କରିବା ନେଇ ଅନୁମାନ କରାଯାଉଛି ।