ଆଜି ବିଶ୍ୱ ଦୁଗ୍ଧ ସମ୍ମିଳନୀ-୨୦୨୨ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଆନ୍ତର୍ଜାତିକ ଦୁଗ୍ଧ ମହାସଂଘ ବିଶ୍ୱ ଦୁଗ୍ଧ ସମ୍ମିଳନୀ-୨୦୨୨ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ରେଟର୍ ନୋଇଡ଼ାର ‘ଭାରତ ଏକ୍ସପୋ ସେଣ୍ଟ ଆଣ୍ଡ୍ ମାର୍ଟ ଠାରେ ଏହା ଆୟୋଜିତ ହେବ। ଏହି ସମ୍ମିଳନୀ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀରେ ୫୦ଟି ଦେଶରୁ ଦୁଗ୍ଧ ଚାଷୀ ଏବଂ ଏହାସହ ଜଡିତ ବିଭିନ୍ନ ସଂସ୍ଥା, ଯୋଜନା ପ୍ରସ୍ତୁତକାରୀ ଆଦି ପ୍ରାୟ ୧୫ ଶହ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିବେ। ଏହିପରି ସମ୍ମେଳନ ଭାରତରେ ପ୍ରାୟ ଅର୍ଦ୍ଧଶତାବ୍ଦୀ ପୂର୍ବରୁ ୧୯୭୪ରେ ଆୟୋଜିତ ହୋଇଥିଲା ।
ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ‘ପୁଷ୍ଟିକର ଖାଦ୍ୟ ଏବଂ ଜୀବିକା ପାଇଁ ଦୁଗ୍ଧଜାତ ଦ୍ରବ୍ୟ। ଏହି ଶିଖର ସମ୍ମିଳନୀ ୧୯୭୪ ମସିହାରେ ଭାରତରେ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଗତ ୮ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନରେ ଶତକଡ଼ା ୪୪ ଭାଗ ବୃଦ୍ଧି ଘଟିଛି। ଏହି ସମ୍ମିଳନୀ ଭାରତୀୟ ଦୁଗ୍ଧଚାଷୀଙ୍କୁ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ସହାୟକ ହେବ।
କ୍ଷୁଦ୍ର ଓ ନାମମାତ୍ର ଡେୟାରୀ ଚାଷୀ ତଥା ମହିଳାଙ୍କୁ ସଶକ୍ତ କରୁଥିବା ଭାରତୀୟ ଡେୟାରୀ ଶିଳ୍ପର ବିଶେଷତ୍ୱ ହେଲା ଏହା ସମବାୟ ମଡେଲ ଉପରେ ଆଧାରିତ । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଦ୍ୱାରା ପ୍ରେରିତ ହୋଇ ସରକାର ଡେୟାରୀ କ୍ଷେତ୍ରର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଯାହାର ଫଳସ୍ୱରୂପ ବିଗତ ଆଠ ବର୍ଷରେ ଦୁଗ୍ଧ ଉତ୍ପାଦନରେ ୪୪ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ବିଶ୍ୱ ଦୁଗ୍ଧ ଉତ୍ପାଦନର ୨୩ ପ୍ରତିଶତ ତଥା ବର୍ଷକୁ ୨୧୦ ମିଲିୟନ ଟନ ଦୁଗ୍ଧ ଉତ୍ପାଦନ କରି ୮ କୋଟିରୁ ଅଧିକ ଡେୟାରୀ ଚାଷୀଙ୍କୁ ସଶକ୍ତ କରିଥିବା ଭାରତୀୟ ଡେୟାରୀ ଶିଳ୍ପର ସଫଳତାର କାହାଣୀ ଆଇଡିଏଫ ଡବ୍ଲୁଡିଏସ ୨୦୨୨ରେ ପ୍ରଦର୍ଶିତ ହେବ । ଏହି ସମ୍ମେଳନ ମାଧ୍ୟମରେ ଭାରତୀୟ ଡେୟାରୀ ଚାଷୀମାନେ ବିଶ୍ୱ ଡେୟାରୀ ଶିଳ୍ପର ସର୍ବୋତ୍ତମ ପ୍ରଥା ସମ୍ପର୍କରେ ଜାଣିପାରିବେ ।