ଆଜି ଏସିଆର ସବୁଠୁ ବଡ ହେଲିକପ୍ଟର ଫ୍ୟାକ୍ଟ୍ରିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଏସିଆର ସବୁଠୁ ବଡ ହେଲିକପ୍ଟର ଫ୍ୟାକ୍ଟ୍ରିକୁ ଆଜି ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। କର୍ଣ୍ଣାଟକରେ ଏସିଆର ସବୁଠୁ ବଡ ହେଲିକପ୍ଟର ତିଆରି କାରଖାନା ନିର୍ମାଣ ଶେଷ ହୋଇଛି।ଆସନ୍ତା ୨୦ ବର୍ଷରେ ଏଠାରେ ୪ ଲକ୍ଷ କୋଟି ଟଙ୍କା କାରବାର ସହ ୧ ହଜାରରୁ ଅଧିକ ହେଲିକପ୍ଟର ନିର୍ମାଣ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।ପ୍ରାରମ୍ଭରୁ ଏହି କାରଖାନାରେ ପ୍ରତିବର୍ଷ ପ୍ରାୟ ୩୦ ହେଲିକପ୍ଟର ନିର୍ମାଣ କରାଯିବ।
ପରେ ପ୍ରତିବର୍ଷ ଏହାର କ୍ଷମତା ୬୦ରୁ ୯୦ ହାରରେ ବଢ଼ାଯିବ। ଏହି ଗ୍ରୀନଫିଲ୍ମ ହେଲିକପ୍ଟ କାରଖାନା, ଯାହା କି ହେଲିକପ୍ଟର ନିର୍ମାଣ କ୍ଷମତା ଏବଂ ଇକୋ-ପ୍ରଣାଳୀକୁ ବଢ଼ାଇବ। ୬୧୫ ଏକର ଜମିରେ ହୋଇଥିବା ଏହି କାରଖାନାରେ ପ୍ରଥମେ ଲାଇଟ ୟୁଟିଲିଟି ହେଲିକପ୍ଟର ନିର୍ମାଣ ହେବ। ଏଲୟୁଏଚ୍ ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍ ଏବଂ ବିକଶିତ ୩-ଟନ୍ ବର୍ଗର ସିଙ୍ଗଲ ଇଞ୍ଜିନ ହେଲିକପ୍ଟର।