ଆଜି ଜି-୭ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ଆଜି ଜି-୭ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଶକ୍ତି, ଜଳବାୟୁ, ଖାଦ୍ୟ ସୁରକ୍ଷା, ଲୋକତନ୍ତ୍ର ଏବଂ ଋଷ ଯୁକ୍ରେନ ଯୁଦ୍ଧ ସ୍ଥିତି ମୁଖ୍ୟ ପ୍ରସଙ୍ଗ ରହିବ । ବିଶ୍ବର ୧୨ ବଡ ନେତା ଏନେଇ ବୈଠକରେ ଆଲୋଚନା କରିବେ । ଗୁରୁତ୍ବପୂର୍ଣ୍ଣ ବିଶ୍ବସ୍ତରୀୟ ପ୍ରସଙ୍ଗରେ ଆନ୍ତର୍ଜାତୀୟ ସହଯୋଗକୁ ମଜବୁତ କରିବାକୁ ଜର୍ମାନୀରେ ଅନୁଷ୍ଠିତ ହେଉଛି ଜି-୭ ସମ୍ମିଳନୀ ।
ସୂଚନା ଯେ, ୩ ଦିନିଆ ଜର୍ମାନୀ ଓ ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଗତ ରବିବାର ଜର୍ମାନର ମୁନିଚରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ ପ୍ରବାସୀ ଭାରତୀୟ । ଏହା ପରେ ଜୁନ ୨୮ରେ ପ୍ରଧାନମନ୍ତ୍ରୀ ‘ୟୁଏଇ’ ଗସ୍ତରେ ଯାଇ ‘ୟୁଏଇ’ର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ସ୍ବର୍ଗତ ଶେଖ୍ ଖଲିଫା ବିନ୍ ଜାୟେଦ୍ ଅଲ୍ ନାହିୟାନ୍ଙ୍କ ପ୍ରତି ଶୋକବ୍ୟକ୍ତ କରିବେ ।