ଆଜି ଦେଶବାସୀଙ୍କୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଦେଶବାସୀଙ୍କୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଦେଶରେ କରୋନା ଟିକାକରଣ ଶହେ କୋଟି ଡୋଜରେ ପଂହଚିଛି । ଏହି ଅବସରରେ ଦୋଶବାସୀକୁ ସମ୍ୱାଧନ କରିବେ ନମୋ ।ସେନେଇ ଆଜିର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କଣ କହୁଛନ୍ତି ସେ ଉପରେ ସମସ୍ତଙ୍କ ନଜର ରହିଛି । ଶହେ କୋଟି ଡୋଜ ଟିକାକରଣ କରି ଦେଶ ବିଶ୍ୱରେ ଏକ ମାଇଲଖୁଂଟ ସ୍ଥାପନ କରିଛି । ଏଥିମଧ୍ୟରୁ ୭୧ କୋଟିି ୯ ଲକ୍ଷରୁ ଅଧିକ ଲୋକ ପ୍ରଥମ ଡୋଜ ନେଇଥିବାବେଳେ ୨୯ କୋଟି ୫୩ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି । ଦେଶରେ କରୋନା ସଂକ୍ରମଣ କମିଥିଲେ ବି ଭୟ ଯାଇନାହିଁ । ବ୍ରିଟେନ ଓ ଋଷରେ କରୋନା ସଂଖ୍ୟା ବଢୁଛି । ଏଭଳି ସ୍ଥଳେ ଆଗକୁ ଦୀପାବଳି ଓ ଛଟପୂଜା ଥିବାରୁ ଲୋକଙ୍କୁ ସତର୍କ ପାଇଁ ଆଜିର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇପାରନ୍ତି ବୋଲି ଆଶା କରାଯାଉଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଶିଶୁଙ୍କ ଟିକାକରଣ ବୋଲି ଚର୍ଚ୍ଚା ହେଉଛି ।