ଆଜି ହାଇଦ୍ରାବାଦର ଏକ ବିଶାଳ ଜନସଭାକୁ ସମ୍ୱୋଧିତ କରିବେ ପ୍ରଧାନମନ୍ତ୍ରୀ
ହାଇଦ୍ରାବାଦ : ଆଜି ହାଇଦ୍ରାବାଦର ଏକ ବିଶାଳ ଜନସଭାକୁ ସମ୍ୱୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ସୂଚନା ଯେ, ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ହାଇଦ୍ରାବାଦରେ ପହଞ୍ଚିଥିଲେ। ସାଧାରଣତଃ ପ୍ରୋଟକଲ ଅନୁସାରେ ଯେତେବେଳେ ପ୍ରଧାନମନ୍ତ୍ରୀ କୌଣସି ରାଜ୍ୟ ଗସ୍ତରେ ପହଞ୍ଚନ୍ତି ତେବେ ତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ପହଞ୍ଚିଥାନ୍ତି । କିନ୍ତୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏଥର ବି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ ପାଇଁ ପହଞ୍ଚି ନଥିଲେ। ଗତ ପାଞ୍ଚ ମାସରେ ଏହା ତୃତୀୟ ଘଟଣା ଯେତେବେଳେ କେସିଆର ପିଏମ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ପହଞ୍ଚି ନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ତେଲେଙ୍ଗାନା ସରାକରରେ ଜଣେ ମାତ୍ର ମନ୍ତ୍ରୀ ଉପସ୍ଥିତ ଥିଲେ। ତେବେ ଏହା ପୂର୍ବରୁ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ହାଇଦ୍ରାବାଦରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତଃ କରିବା କରିବା ପାଇଁ କେସିଆର ପୁରା କ୍ୟାବିନେଟ ସହ ବେଗମ ବିମାନ ବନ୍ଦରରେ ପହଞ୍ଚିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବା ନେଇ ପୂର୍ବରୁ ଟିଆରଏସ ଘୋଷଣା କରିସାରିଛି।