ବଦ୍ରିନାଥ-କେଦାରନାଥର ପୁନଃନିର୍ମାଣ କାର୍ଯ୍ୟ ଭର୍ଚୁର୍ଆଲ ମାଧ୍ୟମରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ଡେରାଡୁନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭର୍ଚୁଆଲ ଡ୍ରୋନ ମାଧ୍ୟମରେ ଶ୍ରୀ ବଦ୍ରିନାଥ ଏବଂ ଶ୍ରୀକେଦାରନାଥରେ ଚାଲିଥିବା ପୁନଃ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସଚିବାଳୟରୁ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ଉଚ୍ଚ ପଦାଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀ ବଦ୍ରିନାଥ ଏବଂ ଶ୍ରୀକେଦାରନାଥଙ୍କ ପୁନଃ ନିର୍ମାଣ କାର୍ଯ୍ୟର ଅଗ୍ରଗତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ନେଇଥିଲେ । ସେ କହିଛନ୍ତି ଯେ, ଆଗାମୀ ଦିନରେ ଶ୍ରୀ କେଦାରନାଥ ଏବଂ ଶ୍ରୀ ବଦ୍ରିନାଥ ଧାମରେ ଭକ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ । ଆଧ୍ୟାତ୍ମିକ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଶ୍ରୀ କେଦାରନାଥ ନିକଟରେ ଥିବା ସ୍ଥାନଗୁଡ଼ିକ ମଧ୍ୟ ବିକାଶ କରିବାକୁ ପଡ଼ିବ ।