ଚତୁର୍ଥ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ହିମାଚଳ ପ୍ରଦେଶ : ଆଜି ଉନାର ଅମ୍ବ ଅଂଦୌରା ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ନୂତନ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରାଇଛନ୍ତି । ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରେନ୍ କୋଚ୍ ଯାଂଚ କରି ଅନବୋର୍ଡ ସୁବିଧାଗୁଡ଼ିକର ନୀରିକ୍ଷଣ କରିଥିଲେ । ଶ୍ରୀ ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସର ଲୋକୋମୋଟିଭ ଇଞ୍ଜିନର କେଂଟ୍ରାଲ ସେଂଟରକୁ ମଧ୍ୟ ପରିଦର୍ଶନ କରିଛନ୍ତି । ସେ ଉନା ରେଳ ଷ୍ଟେସନକୁ ମଧ୍ୟ ନୀରିକ୍ଷଣ କରିଥିଲେ ।ହିମାଚଳ ପ୍ରଦେଶର ଉନା ଜିଲ୍ଲାର ଅମ୍ବ ଅଂଦୌରା ରେଳ ଷ୍ଟେସନରେ ପ୍ରଧାନମନ୍ତ୍ରୀଙ୍କ ସହିତ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର, ହିମାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ ।
ଏହି ଟ୍ରେନର ବୈଶିଷ୍ଟ୍ୟ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ଏବଂ ଏକ ଆରାମଦାୟକ ଏବଂ ଦ୍ରୁତ ଗତିରେ ଯାତ୍ରା ଯୋଗାଇବ । ଉନା ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା ସମୟ ଦୁଇ ଘଣ୍ଟା ହ୍ରାସ ପାଇବ । ଅମ୍ବ ଅଂଦୌରା ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଦେଶର ଚତୁର୍ଥ ବନ୍ଦେ ଭାରତ ଟ୍ରେନ୍ ହେବ ଏବଂ ଏହା ପୂର୍ବ ତୁଳନାରେ ଏକ ଉନ୍ନତ ସଂସ୍କରଣ ହୋଇଥିବାରୁ ଅଧିକ ହାଲୁକା ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଉଚ୍ଚ ବେଗରେ ପହଂଚିବାରେ ସକ୍ଷମ । ବନ୍ଦେ ଭାରତ ୨.୦ ଅଧିକ ଉନ୍ନତି ଏବଂ ଉନ୍ନତ ବୈଶିଷ୍ଟ୍ୟ ସହିତ ସଜ୍ଜିତ ହୋଇଛି ଯେପରିକି ଘଂଟା ପ୍ରତି ୦ ରୁ ୧୦୦ କିଲୋମିଟର ବେଗରେ ମାତ୍ର ୫୨ ସେକେଣ୍ଡରେ ଏବଂ ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟର ପର୍ଯ୍ୟନ୍ତ ଉପଲବ୍ଧ । ଉନ୍ନତ ବନ୍ଦେ ଭାରତ ଏକ୍ସପ୍ରେସ ୪୩୦ ଟନ୍ ର ପୂର୍ବ ସଂସ୍କରଣ ତୁଳନାରେ ୩୯୨ ଟନ୍ ହେବ । ଏଥିରେ ଯାତ୍ରୀ ଚାହିଦା ଅନୁଯାୟୀ ୱାଇ-ଫାଇ ସୁବିଧା ମଧ୍ୟ ରହିବ । ପ୍ରତ୍ୟେକ ସଂସ୍କରଣରେ ପୂର୍ବ ସଂସ୍କରଣରେ ଥିବା ୨୪ ଇଂଚ ଟିଭି ସ୍କ୍ରିନ ତୁଳନାରେ ୩୨ ଇଂଚ ସ୍କ୍ରିନ୍ ଦ୍ୱାରା ପ୍ରତ୍ୟକ କୋଚ ରେ ଯାତ୍ରୀ ସୂଚନା ପ୍ରଦାନ ଉପଲବ୍ଧ ଅଛି ।ଏସିଗୁଡିକ ୧୫ ପ୍ରତିଶତ ଅଧିକ ଶକ୍ତି ସଂଚୟ କରାଇବ । ଟ୍ରାକ୍ସନ୍ ମୋଟରର ଧୂଳିମୁକ୍ତ ସ୍ୱଚ୍ଛ ଥଣ୍ଡା ବାୟୁ ସହିତ ଯାତ୍ରା ଅଧିକ ଆରାମଦାୟକ ହେବ । ପୂର୍ବରୁ କେବଳ ଏକଜୁକେଟିଭ କ୍ଲାସ୍ ଯାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ସାଇଡ୍ ରିସଲିନର୍ ସିଟ୍ ସୁବିଧା ବର୍ତମାନ ସମସ୍ତ ଶ୍ରେଣୀ ପାଇଁ ଉପଲବ୍ଧ ହେବ । ଏକଜୁକେଟିଭ କୋଚଗୁଡିକରେ ୧୮୦-ଡ଼ିଗ୍ରୀ ଘୂର୍ଣ୍ଣନ ସିଟ୍ ର ଅତିରିକ୍ତ ବୈଶିଷ୍ଟ୍ୟ ଉପଲବ୍ଧ ଅଛି ।
ବନ୍ଦେ ଭାରତ ଏକ୍ସପ୍ରେସର ନୂତନ ଡିଜାଇନ୍ ରେ ବାୟୁ ବିଶୋଧନ ପାଇଁ ଛାତ-ମାଉେଂଟଡ୍ ପ୍ୟାକେଜ୍ ୟୁନିଟ୍ ରେ ଏକ ଫଟୋ-କାଟାଲାଇଟିସ୍ ଅଲଟ୍ରାଭାଇଓଲେଟ୍ ବାୟୁ ବିଶୋଧନ ବ୍ୟବସ୍ଥା ସ୍ଥାପିତ ହୋଇଛି । କେନ୍ଦ୍ରୀୟ ବୈଜ୍ଞାନିକ ଯନ୍ତ୍ର ସଂଗଠନ, ଚଣ୍ଡିଗଡ଼ର ସୁପାରିଶ ଅନୁଯାୟୀ, ଏହି ସିଷ୍ଟମର ଉଭୟ ପାର୍ଶ୍ୱରେ ପରିକଳ୍ପିତ ଏବଂ ସ୍ଥାପିତ ହୋଇଛି ଯାହା ବାୟୁମଣ୍ଡଳ, ଜୀବାଣୁ, ଜୀବାଣୁ ଇତ୍ୟାଦିରୁ ମୁକ୍ତ ବାୟୁକୁ ବିଶୋଧନ ଏବଂ ସଫା କରି ନିର୍ମଳ ବାୟୁ ଚଳପ୍ରଚଳ କରାଇବାରେ ସହାୟକ ହେବ । ବନ୍ଦେ ଭାରତ ଏକ୍ସପ୍ରେସ ୨.୦ ବହୁ ଉନ୍ନତ ତଥା ବିମାନ ପରି ଭ୍ରମଣ ଅଭିଜ୍ଞତା ପ୍ରଦାନ କରେ ।୧୯ ଅକ୍ଟୋବରରୁ ନିୟମିତ ସେବା ଆରମ୍ଭ କରିବ – ସପ୍ତାହରେ ଛଅ ଦିନ ଚଳାଚଳ କରିବ ।
ଟ୍ରେନ୍ ନମ୍ବର ୨୨୪୪୭/୨୨୪୪୮ ନୂଆଦିଲ୍ଲୀ-ଅମ୍ବ ଅଂଦୌରା – ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସର ନିୟମିତ ସେବା ୧୯ ଅକ୍ଟୋବରରୁ ପ୍ରାରମ୍ଭ କରାଯିବ । ଏହି ଟ୍ରେନ୍ ସପ୍ତାହରେ (ଶୁକ୍ରବାର ବ୍ୟତୀତ) ଛଅ ଦିନ ଚଳାଚଳ କରିବ । ବନ୍ଦେ ଭାରତ ଏକ୍ସପ୍ରେସରେ ଏକ୍ଜିକ୍ୟୁଟିଭ୍ କ୍ଲାସ୍ ଏବଂ ଚେୟାର୍ କାର୍ ସହିତ ୧୬ ଟି କୋଚ ଉପଲବ୍ଧ । ନୂଆଦିଲ୍ଲୀ-ଅମ୍ବ ଅଂଦୌରା ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରୀ ଭଡା :ଏକଜିକ୍ୟୁଟିଭ୍ କ୍ଲାସ୍ – ୨୦୪୫ ଟଙ୍କା (କ୍ୟାଟରିଂ ସହିତ), ୧୮୯୦ ଟଙ୍କା (କ୍ୟାଟରିଂ ବିନା) ।ଚେୟାର କାର- ୧୦୭୫ ଟଙ୍କା (କ୍ୟାଟରିଂ ସହିତ), ୯୫୫ ଟଙ୍କା (କ୍ୟାଟରିଂ ବିନା) । ସେହିପରି ଅମ୍ବ ଅଂଦୌରା -ନୂଆଦିଲ୍ଲୀ ବନ୍ଦେ ଭରତ ଏକ୍ସପ୍ରେସର ଯାତ୍ରୀ ଭଡା :ଏକଜିକ୍ୟୁଟିଭ୍ କ୍ଲାସ୍ – ୨୨୪୦ ଟଙ୍କା (କ୍ୟାଟରିଂ ସହିତ), ୧୮୯୦ ଟଙ୍କା (କ୍ୟାଟରିଂ ବିନା) ଓ ଚେୟାର କା-ର୍ ୧୨୪୦ ଟଙ୍କା (କ୍ୟାଟରିଂ ସହିତ), ୯୫୫ ଟଙ୍କା (କ୍ୟାଟରିଂ ବିନା) । ନିୟମିତ ସେବାରେ ଏହି ଟ୍ରେନ ନୂଆଦିଲ୍ଲୀ ଠାରୁ ସକାଳ ୫ ଘ.୫୦ମି.ରେ ବାହାରି ଅମ୍ବ ଅଂଦୌରା ଠାରେ ପୂର୍ବାହ୍ନ ୧୧ଘ.୦୫ମି.ରେ ପହଂଚିବ । ଫେରିବା ମାର୍ଗରେ ଏହା ଅମ୍ବ ଅଂଦୌରା ଠାରୁ ଅପରାହ୍ନ ୦୧ ଘଟିକାରେ ଛାଡି ନୂଆଦିଲ୍ଲୀ ଠାରେ ସନ୍ଧ୍ୟା ୬ଘ.୨୫ମି.ରେ ପହଂଚିବ ।