ଭାରତର ସବୁଠାରୁ ବଡ଼ ଏରୋସ୍ପେଶ୍ ଓ ଏରୋ ଇଣ୍ଡିଆର ୧୪ ତମ ସଂସ୍କରଣକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ବେଙ୍ଗାଲୁରୁ: ଭାରତର ସବୁଠାରୁ ବଡ଼ ଏରୋସ୍ପେଶ୍ ଓ ପ୍ରତିରକ୍ଷା ପ୍ରଦର୍ଶନୀ ଶୋ ଏରୋ ଇଣ୍ଡିଆର ୧୪ ତମ ସଂସ୍କରଣକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ତଥା ବିଦେଶର ପ୍ରଦର୍ଶକମାନେ ଏଥିରେ ଭାଗ ନେଉଛନ୍ତି। ଏହା ଏପର୍ଯ୍ୟନ୍ତ ସମସ୍ତ ରେକର୍ଡକୁ ଭଙ୍ଗ କରିଛି। ଏଥିରେ ଭାରତର ଏମଏସ୍ଏମଇ ମଧ୍ୟ ରହିଛି। ଏଥିରେ ସ୍ୱେଦେଶୀ ଷ୍ଟାର୍ଟଅପ ଏବଂ ବିଶ୍ୱର ଅନେକ ଜଣାଶୁଣା କମ୍ପାନୀ ମଧ୍ୟ ଭାଗ ନେଇଛନ୍ତି। ଏୟାର ଇଣ୍ଡିଆର ଏହି ପ୍ରଦର୍ଶନ ଭାରତର ବଢୁଥିବା ସାମର୍ଥ୍ୟର ପରିଚୟ ଅଟେ। ଏଥିରେ ଦୁନିଆର ୧୦୦ ଦେଶର ଉପସ୍ଥିତି, ଭାରତ ଉପରେ ପୂରା ବିଶ୍ୱର ବିଶ୍ୱାସ ଦର୍ଶାଉଛି। ଏହି ଏୟାର ସୋ’ରେ ଭାରତ ସମେତ ପୂରା ବିଶ୍ୱର ୭୦୦ରୁ ଅଧିକ ପ୍ରଦର୍ଶକ ଭାଗ ନେଇଛନ୍ତି। ଏହି ପ୍ରଦର୍ଶନ ପୁର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି।
ଏରୋସ୍ପେସ୍ ଓ ପ୍ରତିରକ୍ଷା ପ୍ରଦର୍ଶନୀର ଏହି କାର୍ଯ୍ୟକ୍ରମ ୫ ଦିନ ଧରି ଚାଲିବ। ଏଥିରେ ଯୁଦ୍ଧବିମାନ ଓ ହେଲିକପ୍ଟରଗୁଡ଼ିକ ଆକାଶରେ ନିଜର କଳାବାଜୀ ଦେଖାଇବେ। ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରରେ କମ୍ପାନୀଗୁଡ଼ିକ ଏଥିରେ ଭାଗ ନେବେ।
ପ୍ରତିରକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୟାଲହଙ୍କା ଏୟାର ଫୋର୍ସ ଷ୍ଟେସନ୍ରେ ହେଉଥିବା ଏୟାର୍ଶୋ କାର୍ଯ୍ୟକ୍ରମରେ ୮୦୯ ପ୍ରତିଯୋଗୀ ଓ ୧୧୦ ବିଦେଶୀ ପ୍ରତିଯୋଗୀ ଭାଗ ନେବେ। ଏହି ମଞ୍ଚକୁ ମେକ୍ ଇନ୍ ଇଣ୍ଡିଆ ଫର୍ ୱାର୍ଲ୍ଡ ଭାବରେ ପ୍ରସ୍ତୁତ କରାଯାଉଛି ବୋଲି ଅଧିକାରୀ କହିଛନ୍ତି।