ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକ ହଜାର କୋଟି ଟଙ୍କା ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ, ଉପକୃତ ହେବେ ୧୬ଲକ୍ଷ ମହିଳା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରୟାଗରାଜ ଗସ୍ତରେ ଯାଇ ବିଶେଷକରି ତୃଣମୂଳ ସ୍ତରରେ ମହିଳାଙ୍କୁ ସଶକ୍ତ କରିବା ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏକ ହଜାର କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି ଓ ଏହା ଦ୍ୱାରା ପାଖାପାଖି ୧୬ଲକ୍ଷ ମହିଳା ସଦସ୍ୟ ଉପକୃତ ହେବେ । ଏହି ହସ୍ତାନ୍ତରଣ ଦିନ ଦୟାଲ ଅନ୍ତଦ୍ୟୋୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଜରିଆରେ ହେଉଛି । ଏହା ଦ୍ୱାରା ୮୦ହଜାର ଏସଏଚଜି ଗୋଷ୍ଠୀ ନିବେଶ ପାଣ୍ଠି (ଆଇଏଫ)ରେ ଏସଏଚଜି ପିଛା ୧.୧୦ଲକ୍ଷ ଟଙ୍କା ଓ ୬୦ହଜାର ଏସଏଚଜି ଚକ୍ରୀୟ ପାଣ୍ଠି ଜରିଆର ଏସଏଚଜି ପିଛା ୧୫ହଜାର ପାଇବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବ୍ୟାପାର ସମ୍ବାଦଦାତା-ସାକ୍ଷୀ (ବି.ସି ସାକ୍ଷୀ) ପ୍ରତ୍ୟେକ ୪ହଜାର ଟଙ୍କାର ପ୍ରଥମ ଛାତ୍ରବୃତି, ୨୦ହଜାର ଟଙ୍କା ବି.ସି. ସାକ୍ଷୀଙ୍କୁ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୨୦କୋଟି ଟଙ୍କା ‘ମୁଖ୍ୟମନ୍ତ୍ରୀ କନ୍ୟା ମଙ୍ଗଳ ଯୋଜନା’ର ଏକ ଲକ୍ଷ ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି ।
ଏହି ଅବସରରେ ଉଦ୍ୱୋଧନ ଦେଇ ପ୍ରଧାନମନ୍ତ୍ରୀ ହିନ୍ଦୀ ସାହିତ୍ୟର ପ୍ରଥିତଯଶା ଲେଖକ ମହାବୀର ପ୍ରସାଦ ଦ୍ୱିବେଦୀଙ୍କ ମୃତ୍ୟୁବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଲେ ଯେ ପ୍ରୟାଗରାଜ ହେଉଛି ଗଙ୍ଗା, ଯମୁନା, ସରସ୍ୱତୀର ସଂଗମସ୍ଥଳ ଓ ହଜାର ହଜାର ବର୍ଷ ଧରି ଆମର ମାତୃଶକ୍ତିର ପ୍ରତୀକ ହୋଇ ରହିଆସିଛି । ମଙ୍ଗଳବାର ଏହି ତୀର୍ଥସ୍ଥଳ ମାତୃଶକ୍ତିର ବିସ୍ମୟକର ସଂଗମ ଦେଖୁଛି । ଉତରପ୍ରଦେଶ ରେ ମହିଳା ସଶକ୍ତିକରଣ ଦିଗରେ ଯାହାସବୁ ହୋଇଛି, ସମଗ୍ର ଦେଶ ତାହାର ସାକ୍ଷୀ ରହିଛି । ମୁଖମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଯାହା ଅଧୀନରେ ଥିବା ଏକ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଆଉ ଯେଉଁ କୋଟି କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି, ଏହା ଗ୍ରାମୀଣ ଗରିବ ଏବଂ ଝିଅମାନଙ୍କ ପାଇଁ ଏକ ଆସ୍ଥାର ବିଷୟ ହୋଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଯୋଗୁଁ ଉତରପ୍ରଦେଶରେ ମହିଳାମାନଙ୍କ ସମ୍ମାନ, ମର୍ଯ୍ୟାଦା ଓ ସୁରକ୍ଷା ଯେପରି ସୁନିଶ୍ଚିତ ହୋଇପାରିଛି ତାହା ଅତୁଳନୀୟ । ଉତରପ୍ରଦେଶର ମହିଳା ପୂର୍ବ ପରିସ୍ଥିତିର ପୁନରାବୃଦ୍ଧି ର ସୁଯୋଗ ଦେବେ ନାହିଁ ବୋଲି ସ୍ଥିର କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଟି ବଚାଓ, ବେଟୀ ପଢାଓ ଅଭିଯାନ ଅଧୀନରେ ସରକାର ଲିଙ୍ଗ ବାଛି ଗର୍ଭପାତ ନ କରିବା ନେଇ ସଚେତନତା ସୃଷ୍ଟି କରୁଛନ୍ତି । ଏହାଫଳରେ ଅନେକ ରାଜ୍ୟରେ ଝିଅମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ସରକାର ଗର୍ଭବତୀ ମହିଳାଙ୍କ ଟୀକାକରଣ ଉପରେ ଗୁରୁତ୍ୱଆରୋପ କରୁଥିବାବେଳେ ଆନୁଷ୍ଠାନିକ ପ୍ରସବ ଓ ଗର୍ଭବସ୍ଥାରେ ପୌଷ୍ଟିକତା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଉପଯୁକ୍ତ ଆହାର ଯତ୍ନ ନିମନ୍ତେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ବ୍ୟାଙ୍କ ଖାତାରେ ପାଂଚହଜାର ଟଙ୍କା ଜମା କରାଯାଉଛି । ମହିଳାମାନଙ୍କ ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ନିଆଯାଉଥିବା କେତେକ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସ୍ୱଚ୍ଛ ଭାରତ ମିଶନ ଅଧୀନରେ କୋଟି କୋଟି ଶୌଚାଳୟ ନିର୍ମାଣ, ଉଜ୍ଜ୍ୱଳା ଯୋଜନା ଅଧୀନରେ ଗ୍ୟାସ ସଂଯୋଗ ସୁବିଧା, ଘରକୁ ପାଇପ ଯୋଗେ ଜଳ ଯାହାକି ଭଉଣୀମାନଙ୍କ ଜୀବନରେ ଏକ ନୂତନ ସୁବିଧା ଆଣି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ଯୁଗ ଧରି ଘର ସମ୍ପତିବାଡି କେବଳ ପୁରୁଷମାନଙ୍କ ଅଧିକାର ବୋଲି ସାବ୍ୟସ୍ତ ହୋଇ ଆସୁଥିଲା । ଏହି ଅସାମନତା ଦୂର କରିବା ସରକାର ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏହାର ସର୍ବଶ୍ରେଷ୍ଠ ଉଦାହରଣ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମିତ ହେଉଥିବା ଅଧିକାଂଶ ଘର ମହିଳାମାନଙ୍କୁ ଅଗ୍ରାଧିକାର ଭିତିରେ ପ୍ରଦାନ କରାଯାଉଛି ।