ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ, ବିଭିନ୍ନ ଯୋଜନାର କଲେ ଉଦଘାଟନ
ନୂଆଦିଲ୍ଲୀ : ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ସକାଳେ ବନାସକାଣ୍ଠା ପହଞ୍ଚିଥିବା ପିଏମ ମୋଦି ଅନେକ ଯୋଜନାର ଉଦଘାଟନ କରିଛନ୍ତି । ସେ ବନାସକାଣ୍ଠା ସ୍ଥିତ ଦିୟୋଦରରେ ଡେୟରୀ ପରିସର, ଆଳୁ ପ୍ରୋସିସିଙ୍ଗ ୟୁନିଟ ଓ ଚି଼ଜି ଓ ହ୍ୱେ ପ୍ଲାଣ୍ଟ ବ୍ୟତୀତ ଅନେକ ପରିଯୋଜନାର ଉଦଘାଟନ କରିଛନ୍ତି ।
ଉଦଘାଟନ୍ ସମାରୋହ ପରେ ସେ ସେଠାରେ ଉପସ୍ଥିତି ଲୋକଙ୍କୁ ସମ୍ୱୋଧନ କରିଛନ୍ତି । ସେ କହିଛନ୍ତି ଯେ ହୁଏତ ଜୀବନରେ ପ୍ରଥମଥର ଏପରି ସୁଯୋଗ ମିଳିଛି କି ଏକାସାଙ୍ଗରେ ଦେଢ଼ ଲକ୍ଷ ମା’ ଓ ଭଉଣୀ ମୋତେ ଆଜି ଆଶିର୍ବାଦ ଦେଉଛନ୍ତି । ମୋଦି ଆହୁରି କହିଛନ୍ତି ଯେ, ବନାସ ଡେୟରୀ ସଙ୍କୁଳ, ଚି଼ଜି ଓ ହ୍ୱେ ପ୍ଲାଣ୍ଟ, ଏହି ସମସ୍ତ ଡେୟରୀ ସେକ୍ଟରର ବିସ୍ତାର ପାଇଁ ଗୁରୁତ୍ୱପୂର୍ଣ୍ଣ, ବନାସ ଡେୟରୀ ମଧ୍ୟ ଏହା ପ୍ରମାଣ କରିଛି ଯେ ସ୍ଥାନୀୟ ଚାଷୀଙ୍କ ଆୟ ବଢ଼ାଇବା ପାଇଁ ଅନ୍ୟାନ୍ୟ ସମ୍ୱଳର ମଧ୍ୟ ଉପଯୋଗ କରାଯାଇପାରିହେବ । ବନାସ ଡେୟରୀର ପଦକ୍ଷେପ ଚାଷୀଙ୍କୁ ସଶକ୍ତ କରିବ ଓ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ । ଏହା ଆତ୍ମନିର୍ଭର ଭାରତ ଅଭିଯାନକୁ ଶକ୍ତି ଯୋଗାଇବ ।
ବିଗତ ୧-୨ ଘଣ୍ଟା ମୁଁ ଏଠାରେ ଅଲଗା ଅଲଗା ସ୍ଥାନକୁ ଯାଇଛି ଓ ଡେୟରୀ ସେକ୍ଟର ସହ ଜଡ଼ିତ ଯୋଜନାର ଲାଭାର୍ଥୀ ଓ ପଶୁ ପାଳକ ଭଉଣୀମାନଙ୍କ ମୋର ବିସ୍ତାର ଭାବେ ଚର୍ଚ୍ଚା ହୋଇଛି । ଏହି ସମୟରେ ମୋତେ ଯେଉଁ ସୂଚନା ପ୍ରଦାନ କରାଯାଇଛି, ସେଥିରୁ ମୁଁ ବହୁତ ପ୍ରଭାବିତ । ଭାରତର ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ, ମା’ ଓ ଭଉଣୀମାନଙ୍କୁ କିପରି ବଳ ଦିଆଯାଇପାରିହେବ, ସରକାର କିପରି ଆତ୍ମନିର୍ଭର ଭାରତର ଅଭିଯାନକୁ ଶକ୍ତି ଯୋଗାଇପାରିବ, ଏହା ସବୁ ଏଠାରେ ଅନୁଭବ କରିପାରିବେ ବୋଲି ମୋଦି କହିଛନ୍ତି ।
ସେହିପରି ଗୋବର୍ଦ୍ଧନ ମାଧ୍ୟମରେ ଏକାସାଙ୍ଗରେ ଅନେକ ଲକ୍ଷ୍ୟ ହାସଲ ହୋଇପାରିବ । ପ୍ରଥମତଃ ଏଥିରୁ ଗାଁରେ ସ୍ୱଚ୍ଛତାକୁ ବଳ ମିଳିବ । ଦ୍ୱିତୀୟତଃ ଏଥିରୁ ପଶୁ ପାଳକଙ୍କୁ ଗୋବରର ମୂଲ୍ୟ ମିଳିବ । ଆଜି ଏଠାରେ ଏକ ବାୟ- ସିଏନଜି ପ୍ଲାଣ୍ଟର ଲୋକାପର୍ଣ କରାଯାଇଛି ଓ ୪ଟି ଗୋବର ଗ୍ୟାସ ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି । ଏପରି ଅନେକ ପ୍ଲାଣ୍ଟ ବନାସ ଡେୟରୀର ତତ୍ତ୍ୱାବଧାନରେ ଲାଗିବାକୁ ଯାଉଛି ।
ଗୁଜୁରାଟ ଆଜି ସଫଳତା ଓ ବିକାଶର ଯେଉଁ ଉଚ୍ଚତାରେ ରହିଛି, ସେଥିରେ ପ୍ରତ୍ୟେକ ଗୁଜୁରାଟୀଙ୍କ ଗର୍ବ ଭରି ରହିଛି । ଏହାର ଅନୁଭବ ମୁଁ କାଲି ଗାନ୍ଧୀ ନଗରର ବିଦ୍ୟା ସମୀକ୍ଷା କେନ୍ଦ୍ରରେ କରିଛି । ଗୁଜୁରାଟର ଶିଶୁଙ୍କ ଭବିଷ୍ୟତକୁ ଆମର ଆଗାମୀ ପୀଢ଼ିକୁ ସଠିକ ମାର୍ଗରେ ନେବା ପାଇଁ ବିଦ୍ୟା ସମୀକ୍ଷା କେନ୍ଦ୍ର ଏକ ଦୃଢ଼ ପ୍ରୟାସ କରୁଛନ୍ତି । ଶିକ୍ଷା କ୍ଷେତ୍ରରେ ସାରା ଦେଶରେ ବିଦ୍ୟା ସମୀକ୍ଷା କେନ୍ଦ୍ର ଏକ ବଡ଼ ପରିବର୍ତ୍ତନ ଆଣିପାରିବ ବୋଲି ପିଏମ ମୋଦି କହିଛନ୍ତି ।