ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ଥର ସାଧାରଣତନ୍ତ୍ର ଦିବସ ସବୁଠୁ ସ୍ବତନ୍ତ୍ର । ଚଳିତ ବର୍ଷ ଆଜାଦୀର ଅମୃତ ମହୋତ୍ସବ ଦେଶ ପାଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହିତ ଦେଶବାସୀଙ୍କୁ ଏକଜୁଟ ହୋଇ ରହିବାକୁ ଅପିଲ୍ କରିବା ସହ ସୁରକ୍ଷାବଳର ସ୍ବପ୍ନକୁ ସାକାର କରିବାକୁ ହେଲେ ଆମକୁ ଏକଜୁଟ୍ ହୋଇ ଆଗକୁ ବଢ଼ିବାକୁ ପଡ଼ିବ । ଏନେଇ ଟ୍ବିଟ୍ କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସ୍ବତନ୍ତ୍ରତା ସୁରକ୍ଷାବଳ, ସମ୍ବିଧାନ ନିର୍ମାତା ଏବଂ ବୀର ଯବାନଙ୍କୁ ଟ୍ବିଟ୍ କରି ନମସ୍କାର କରିଛନ୍ତି । ଗଣତନ୍ତ୍ରର ରକ୍ଷା ଓ ମଜବୁତ୍ କରିବାକୁ ଅମିତ୍ ଶାହା କହିଛନ୍ତି ।