ଏହିସବୁ ନେତାଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ହେଲେ ବିଶ୍ଵର ସବୁଠାରୁ ଲୋକପ୍ରିୟ ନେତା, ଦେଖନ୍ତୁ ପୂରା ଲିଷ୍ଟ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି । ସେ ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ବିଶ୍ୱ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି । ‘ମର୍ନିଂ କନ୍ସଲ୍ଟ’ ଦ୍ୱାରା ପ୍ରକାଶିତ ଏକ ସର୍ଭେରେ ପିଏମ ମୋଦି ୭୬% ରେଟିଂ ପାଇଥିବାବେଳେ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।
ଗତ ଫେବୃଆରୀରେ ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ହୋଇଥିବା ସର୍ଭେରେ ମଧ୍ୟ ମୋଦୀ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ବିବେଚିତ ହୋଇଥିଲେ। ସେତେବେଳେ ମୋଦୀଙ୍କ ରେଟିଂ ପଏଣ୍ଟ ୭୮ ରହିଥିବାବେଳେ ଏଥିରେ ୨ପଏଣ୍ଟ ହ୍ରାସ ଘଟିଛି। ଅନ୍ୟମାନଙ୍କ ମଧ୍ୟରେ ମେକ୍ସିକୋ ରାଷ୍ଟ୍ରପତି ଆେନ୍ଦ୍ରସ ମାନୁଏଲ ଲେପେଜ୍ ଓବ୍ରାଡର ୬୧ ପ୍ରତିଶତ ରେଟିଂ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ୫୫, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ୪୯, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍ଭା ୪୯, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୧ ପଏଣ୍ଟ ପାଇ ଯଥାକ୍ରମେ ତୃତୀୟ, ଚତୁର୍ଥ, ପଞ୍ଜମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି। ଏହା ପଛକୁ କାନାନା ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡେୟୁ ୭ମ, ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନଚେଜ୍ ୮ମ, ଜର୍ମାନୀ ଚାନ୍ସେଲର ଓଲଫା ସ୍କୋଲାଜ ୯ମ , ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ୧୦ ସ୍ଥାନରେ ରହିଛନ୍ତି। ମର୍ଣ୍ଣିଂ କନସଲ୍ଟ ଏକ ରାଜନୈତିକ ଗୁଇନ୍ଦା ସଂସ୍ଥା ଯାହା ବିଭିନ୍ନ ସରକାରୀ ନେତାଙ୍କ ରେଟିଂ ପ୍ରଦାନ କରିଥାଏ।
Global Leader Approval: *Among all adults
— Morning Consult (@MorningConsult) April 1, 2023
Modi: 76%
López Obrador: 61%
Albanese: 55%
Meloni: 49%
Lula da Silva: 49%
Biden: 41%
Trudeau: 39%
Sánchez: 38%
Scholz: 35%
Sunak: 34%
Macron: 22%
*Updated 03/30/23https://t.co/Z31xNcDhTg pic.twitter.com/sDRneBzB1Z
କହିରଖୁଛୁ ଯେ ‘ମର୍ନିଂ କନ୍ସଲ୍ଟ’ ହେଉଛି ଏକ ଗ୍ଲୋବାଲ୍ ନିଷ୍ପତ୍ତି ଇଣ୍ଟେଲିଜେନ୍ସ ଫାର୍ମ । ଏହି କମ୍ପାନୀର କାର୍ଯ୍ୟ ହେଉଛି ଗ୍ଲୋବାଲ୍ ଲେବଲ୍ ଉପରେ ଡାଟା ଇଣ୍ଟେଲିଜେନ୍ସର ରହିଛି । ମର୍ନିଂ କନ୍ସଲ୍ଟ ଦ୍ରୁତତମ ବଢୁଥିବା ଟେକ୍ନୋଲୋଜି ଆଧାରିତ କମ୍ପାନୀ ଭାବରେ ବିବେଚନା କରାଯାଏ । ଏଠାରେ ଦେଖନ୍ତୁ ଶ୍ରେଷ୍ଠ ୧୦ ଜଣ ବିଶ୍ୱସ୍ତରୀୟ ନେତାଙ୍କ ତାଲିକା ।
ମୂଲ୍ୟାୟନ ୨୨ ରୁ ୨୮ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ସଂଗୃହିତ ତଥ୍ୟ ଉପରେ ଆଧାରିତ ୱେବସାଇଟ୍ କହିଛି ଯେ, ମାର୍ଚ୍ଚ ୨୨ରୁ ୨୮ ୨୦୨୩ ରୁ ସଂଗୃହିତ ତଥ୍ୟ ଉପରେ ଆଧାରିତ । ରେଟିଂଗୁଡିକ ପ୍ରତ୍ୟେକ ଦେଶରେ ବୟସ୍କମାନଙ୍କ ସାତ ଦିନର ହାରାହାରି ଉପରେ ଆଧାରିତ, ନମୁନାର ଆକାର ଦେଶ ଅନୁସାରେ ଭିନ୍ନ ହୋଇଥାଏ । ୫ ମାର୍ଚ୍ଚରେ ସଂଗଠନ ଦ୍ୱାରା ଅଂଶୀଦାର ହୋଇଥିବା ଏହାର ଶେଷ ସର୍ଭେରେ ପିଏମ ମୋଦି ୭୮% ରେଟିଂ ସହ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।
ମର୍ନିଂ କନ୍ସଲ୍ଟ ରବିବାର ଦିନ ଏହି ତାଲିକା ପ୍ରକାଶ କରିଛି । ବିଶ୍ୱରେ ଏହା ପ୍ରତିଦିନ ପ୍ରାୟ ୨୦,୦୦୦ ସାକ୍ଷାତକାର କରିଥାଏ ବୋଲି ଫାର୍ମ କହିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ହାରାହାରି ଆକାର ପ୍ରାୟ ୪୫,୦୦୦ ବୋଲି ଜଣାଯାଇଛି । ଅନ୍ୟ ଦେଶରେ ନମୁନା ଆକାର ପ୍ରାୟ ୫୦୦-୫,୦୦୦ ଅଟେ ।