ଆଣ୍ଡାମାନ- ନିକୋବରର ୨୧ ଟି ଦ୍ୱୀପର ନାମକରଣ ପରମବୀର ଚକ୍ର ବିଜେତାଙ୍କ ନାମରେ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଭିଡିଓ କନଫ୍ରେନ୍ସିଂ ଜରିଆରେ ଆଣ୍ଡାମାନ- ନିକୋବରର ୨୧ ଟି ଅନାମ ଦ୍ୱୀପର ନାମକରଣ ପରମବୀର ଚକ୍ର ବିଜେତାଙ୍କ ନାମରେ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପରେ ନିର୍ମିତ ନେତାଜୀଙ୍କୁ ସମର୍ପିତ ରାଷ୍ଟ୍ରୀୟ ସ୍ମାରକର ମଡେଲକୁ ମଧ୍ୟ ଅନାବରଣ କରିଛନ୍ତି । ଅଣ୍ଡାମାନ ଓ ନିକୋବର ଦ୍ୱୀପ ସମୁହର ଐତିହାସିକ ମହତ୍ୱକୁ ଆଖି ଆଗରେ ରଖି ନେତାଜୀ ସୁଭାଷ ବୋଷଙ୍କ ସ୍ମୃତିକୁ ସମ୍ମାନ କରିବାକୁ ରାସ ଦ୍ୱୀପସମୁହର ନାମ ବଦଳାଇ ୨୦୧୮ ମସିହାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ ରଖାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଯାତ୍ରା ବେଳେ ଏହାର ନାମ ପରିବର୍ତନ କରାଯାଇଥିଲା । ନୀଲ ଦ୍ୱୀପ ଓ ହେୱଲକ ଦ୍ୱୀପର ନାମ ବଦଳାଇ ଶହୀଦ ଓ ସ୍ୱରାଜ ଦ୍ୱୀପ କରି ଦିଆଯାଇଥିଲା ।