ମା’ଙ୍କୁ ଭେଟିବା ପାଇଁ ଅହମ୍ମଦାବାଦ ପହଞ୍ଚିଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଖବର ପାଇବା ପରେ ମୋଦୀ ଅହମ୍ମଦାବାଦରେ ପହଞ୍ଚିଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ମୋଦୀ ତାଙ୍କ ମା’ଙ୍କୁ ଭେଟିଛନ୍ତି । କିନ୍ତୁ ଏବେ ହୀରାବେନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଡାକ୍ତର ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପରେ ଦେଶର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଓ ନେତା ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହିକ୍ରମେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରିଛନ୍ତି । ରାହୁଲ ଲେଖିଛନ୍ତି ଯେ, ଜଣେ ମା’ ଓ ପୁଅ ମଧ୍ୟରେ ଭଲ ପାଇବା ଅନନ୍ତ ଓ ଅମୂଲ୍ୟ ହୋଇଥାଏ । ମୋଦି ଜୀ ଏହି କଠିନ ସମୟରେ ମୋ ସମର୍ଥନ ଆପଣଙ୍କ ସହିତ ରହିଛି । ଆଶା କରୁଛି ଆପଣଙ୍କ ମାତାଜୀ ଯଥାଶୀଘ୍ର ସୁସ୍ଥ ହୋଇଯିବେ ।