ପ୍ରଗତି ମଇଦାନ ଇଣ୍ଟିଗ୍ରେଟେଡ୍ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଦିଲ୍ଲୀବାସୀଙ୍କୁ ମିଳିବ ଟ୍ରାଫିକ ଜାମରୁ ମୁକ୍ତି
ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଟିଗ୍ରେଟେଡ୍ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପର ମୁଖ୍ୟ ଟନେଲ୍ ସହ ୫ଟି ଅଣ୍ଡରପାସ୍ ଉଦ୍ଘାଟନ କରିଛନ୍ତି । ଫଳରେ ଦିଲ୍ଲୀବାସୀଙ୍କୁ ଟ୍ରାଫିକ ଜାମରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି । ଏହି ଟନେଲ ଦ୍ୱାରା ରିଙ୍ଗ ରୋଡ ଦେଇ ସେଣ୍ଟର ଦିଲ୍ଲୀ ଆସିବା ସହଜ ହେ । ଏହାସହ ଲୋକମାନେ ସହଜରେ ପୂର୍ବ ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରୁ ଇଣ୍ଡିଆ ଗେଟ୍ ଏବଂ କେନ୍ଦ୍ରୀୟ ଦିଲ୍ଲୀର ଅନ୍ୟାନ୍ୟ ଅଞ୍ଚଳକୁ ପହଞ୍ଚି ପାରିବେ ।
Delhi | PM Narendra Modi inaugurates Pragati Maidan Integrated Transit Corridor project
— ANI (@ANI) June 19, 2022
The project built at a cost of more than Rs 920 crores aims to provide hassle-free and smooth access to the exhibition and convention centre being developed at Pragati Maidan. pic.twitter.com/qm1Pwf2F9z
ଏନେଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୮୦ ପ୍ରତିଶତ ଅର୍ଥ ଦେଇଛନ୍ତି। ଯେଉଁଠାରେ ୨୦ ପ୍ରତିଶତ ଆଇଟିପିଓ ପାଣ୍ଠିରୁ ଦିଆଯାଇଛି । ୯୨୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ପ୍ରଗତି ମଦାନରେ ଇଣ୍ଟିଗ୍ରେଟେଡ୍ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପ ନିର୍ମିତ ହୋଇଛି । ପ୍ରଗତି ମଦାନ ଟନେଲର ମୋଟ ଲମ୍ବ -୧.୩ କିମି ହୋଇଥିବାବେଳେ ଏହାର ମୋଟେଇ ୬ ଲେନ୍ ବିଶିଷ୍ଟ ଏବଂ ଏହାର ମୋଟ ମୂଲ୍ୟ ୯୨୩ କୋଟି ଟଙ୍କା ବୋଲି ଜାତୀୟ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି । ତେବେ ଏହି ୧୬ କିଲୋମିଟର ଲମ୍ବା ଟନେଲର ଉଦଘାଟନ ଫଳରେ ଆଇଟିଓ, ମଥୁରା ରୋଡରେ ଥିବା ଇଣ୍ଡିଆ ଗେଟ୍,ଭାୟରନ୍ ମାର୍ଗ, ପୂର୍ବ ଦିଲ୍ଲୀ ଓ ନୋଏଡା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଦିଲ୍ଲୀରେ ଦେଖାଯାଉଥିବା ଟ୍ରାଫିକ୍ ଜାମ୍ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ରଖାଯାଇଛି ।