ଆଜିଠାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା, ପରୀକ୍ଷା ଦେବେ ୨ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା । ଏକାଥରକେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ହେବ ।
ରାଜ୍ୟର ୧୧୦୦ରୁ ଅଧିକ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ର ହୋଇଛି, ଯେଉଁଠାରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ। ପରୀକ୍ଷା ଲାଗି କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠା ସରିଛି । ପରୀକ୍ଷାର ସୁପରିଚାଳନା ଲାଗି ପ୍ରତି ଜୋନ୍ସ୍ତରରେ ସ୍କ୍ଵାଡ୍ ହୋଇଛି । ସେହିପରି ଆସନ୍ତା ଏପ୍ରିଲ ୨୮ରୁ ଥିଓରି ପରୀକ୍ଷା ଆରମ୍ଭ ହେବ।