ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଗଲେ ରୋଗୀ
ରାଉରକେଲା : ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଘଟଣ । ଡାକ୍ତରଖାନା ଛାତରୁ ଖସିଲା ପ୍ଲାଷ୍ଟର । ଅଳ୍କକେ ବର୍ତ୍ତିଗଲା ଚିକିତ୍ସାଧୀନ ରୋଗୀଙ୍କ ଜୀବନ ।
ସୂଚନା ଯେ, ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ବିଭାଗର ଆଠୋଟି ବେଡ୍ ରହିଥିବା ବେଳେ ୮ଜଣ ମହିଳା ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ରୋଗୀମାନେ ଶୋଇଥିବା ବେଳେ ଛାତରୁ ପ୍ଲାଷ୍ଟର ଖସିଯାଇଛି । ଯାହାଫଳରେ ୧୫ ନମ୍ବର ବେଡ୍ରେ ଥିବା ସାବିତ୍ରୀ ମୁଣ୍ଡାଙ୍କ ଗୋଡ ଉପରେ ପଡିଯାଇଥିଲା । ସେହିପରି ରୋଗୀଙ୍କ ବେଡ୍ ଉପରେ ପ୍ଲାଷ୍ଟର ଖସିଯାଇଥିବା ବେଳେ ଅନ୍ୟମାନ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ମରାମତି ହୋଇଛି । କିନ୍ତୁ ଏହା ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି ।