ପିପିଲି ଉପନିର୍ବାନ : ସକାଳ ୮ରୁ ଭୋଟ ଗଣତି
- ଫଳାଫଳ ପ୍ରକାଶ ପାଇଁ ପ୍ରସ୍ତୁତି ଶେଷ ହୋଇଛି : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ବର : ଆସନ୍ତାକାଲି ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ନେଇ ଶନିବାର ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି।
ରବିବାର ସକାଳ ୮ ଟାରୁ ଗଣତି ଆରମ୍ଭ ହେବ। ଏଥିଲାଗି ଦୁଇଟି କାଉଣ୍ଟର କରାଯିବ। ୩ ହଲରେ ଗଣତି ହେବ। ୨ଟିରେ ଇଭିଏମ ଓ ଗୋଟିଏ ରେ ଭିଭିପ୍ୟାଟ କାଉଣ୍ଟିଙ୍ଗ ହେବ। ପ୍ରଥମେ ୮ ଟାରୁ ପୋଷ୍ଟାଲ ବ୍ୟାଲଟ କାଉଣ୍ଟିଙ୍ଗ ଆରମ୍ଭ ହେବ । ପରେ ସାଢେ ୮ଟାରେ ଇଭିଏମ କାଉଣ୍ଟ ହେବ। ମୋଟ ୧୪ଟି ଟେବୁଲରେ ଭୋଟ୍ ଗଣତି ପାଇଁ ୬୨ ଜଣ ସରକାରୀ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଗୋଟିଏ ହଲରେ ୭ ଟି ଟେବୁଲ ରହିବ। ପ୍ରତି ରାଜନୈତିକ ଦଳ ଏଜେଣ୍ଟ ଦେଇ ପାରିବେ। ଯେତେ ଲୋକ କାଉଣ୍ଟିଙ୍ଗ ସେଣ୍ଟରରେ ରହିବେ, ସମସ୍ତେ ଡବଲ ଡୋଜ କୋଭିଡ୍ ଟିକା ନେଇଥିବେ। କାଉଣ୍ଟ ରେଜଲ୍ଟ କ୍ୟାମେରା ମାଧ୍ୟମରେ ସ୍କ୍ରିନ ଜରିଆରେ ଲୋକଙ୍କୁ ଦେଖାଯିବ। ପ୍ରତି ରାଉଣ୍ଡର ଗଣତି ଫଳ ପ୍ରକାଶ କରାଯିବ। କାଉଣ୍ଟିଙ୍ଗ ସରିବା ପରେ ୫ ଟି ଭିଭିପ୍ୟାଟ ଓ ଇଭିଏମ ରେଜଲ୍ଟ ମ୍ୟାଚ କରାଯିବ। ଏଥିପାଇଁ ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।