ପିପିଲି ଉପନିର୍ବାଚନ : ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ
ପିପିଲି : ପିପିଲି ଉପନିର୍ବାଚନରେ ଭୋଟ ଗଣତି ଜାରି ରହିଛି। କଡା ସୁରକ୍ଷା ଭିତରେ ପିପିଲି ଉପନିର୍ବାଚନର ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି । ପୁରୀ ପେଣ୍ଠକଟା ଗଣତି କେନ୍ଦ୍ରରେ ଚାଲିଛି ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଓ ପରେ ଇଭିଏମ ଗଣତି ଚାଲିଛି। ୨ଟି ହଲରେ ଇଭିଏମ ଓ ଗୋଟିଏ ହଲରେ ପୋଷ୍ଟାଲ ବାଲାଟ ଗଣତି ଜାରି ରହିଛି। ଇଭିଏମ ପାଇଁ ୨ଟି ହଲରେ ୧୪ଟି ଟେବୁଲରେ ଗଣତି କରାଯାଉଛି। ପୋଷ୍ଟାଲ ଗଣତିରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗରେ ଥିବା ସୂଚନା ମିଳିଛି । ଏହାସହିତ ପ୍ରଥମ ରାଉଣ୍ଡରେ ମଧ୍ୟ ରୁନ୍ଦ୍ର ମହାରଥୀ ଆଗରେ ରହିଛନ୍ତି ।
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ପ୍ରାର୍ଥୀ ରୁଦ୍ର ମହାରାଥୀ ଆଗୁଆ ରହିଛନ୍ତି । ୧୪୦୬ ଖଣ୍ଡରେ ଆଗୁଆ ରହିଥିବା ରହିଛନ୍ତି । ସେ ଗୋଜିପଡା, ମାଟିଆପଡା, ରେଙ୍ଗଳରେ ଆଗୁଆ ରହିଛନ୍ତି । ରୁଦ୍ରଙ୍କୁ ୪୦୫୫ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶ୍ରୀତ ପଟ୍ଟନାୟକଙ୍କୁ ୨୬୪୯ ଭୋଟ୍ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନଙ୍କୁ ୭୬୫ ଭୋଟ୍ ମିଳିଛି । ସୂଚନା ଯେ, ପିପିଲିରେ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ କରାଯାଇଛି । ଏହି ନିର୍ବାଚନରେ ବିଜେଡି, ବିଜେପି, କଂଗ୍ରେସ, ସିପିଆଇ ସମେତ ୭ଟି ରାଜନୈତିକ ଦଳ ଓ ଜଣ ସ୍ୱାଧୀନ ପ୍ରତିନିଧି ନିର୍ବାଚନକୁ ଓହ୍ଲାଇଛନ୍ତି । ତେବେ ପିପିଲି ଉପନିର୍ବାଚନ ପାଇଁ ତ୍ରିମୁଖୀ ଲଢେଇ ଚାଲିଛି । କିଏ ମାରିବ ପିପିଲି ବାଜି । କାହା ସପକ୍ଷରେ ଯାଉଛି ଭୋଟ୍ । ପିପିଲି ଗଡରେ କିଏ କରୁଛି ଦଖଲା ସେନେଇ ରହିଛି ସମସ୍ତଙ୍କର ନଜର ।