ପିପିଲି ଉପନିର୍ବାଚନ : ବିଜେଡି ଓ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା
ରୁଦ୍ର ପ୍ରତାପଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପିପିଲି ଉପ-ନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ପିପିଲିରେ ବିଜେଡିର ପ୍ରଚାର ମଙ୍ଗ ସମ୍ଭାଳିବେ ନିଜେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ବ୍ୟତୀତ ଦଳର ବହୁ ବରିଷ୍ଠ ନେତା, ମନ୍ତ୍ରୀ ଓ ବିଧାୟକଙ୍କ ନାମ ଷ୍ଟାର କ୍ୟାମ୍ପେନର ତାଲିକାରେ ରହିଛି । ଦଳ ପକ୍ଷରୁ ପ୍ରକାଶ ପାଇଥିବା ତାଲିକା ଅନୁଯାୟୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ମହେଶ୍ୱର ମହାନ୍ତି, ପିନାକୀ ମିଶ୍ର, ପ୍ରତାପ କେଶରୀ ଦେବ,ଅତନୁ ସବ୍ୟସାଚୀ ନାୟକ, ନିରଂଜନ ପୂଜାରୀ, ସଂଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ଅଶୋକ ପଣ୍ଡା, ସମୀର ରଂଜନ ଦାଶ, ସୁଶାନ୍ତ ସିଂ, ନବ କିଶୋର ଦାସ, ଚନ୍ଦ୍ର ସାରଥୀ ବେହେରା, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ , ତୁଷାରକାନ୍ତି ବେହେରା, ମୁଜିବୁଲ୍ଲା ଖାନ୍, ପ୍ରୀତି ରଂଜନ ଘଡାଇ, ପ୍ରଣବ ବଳବନ୍ତରାୟ, ସୁଧୀର ସାମଲ, ବ୍ୟୋମକେଶ ରାୟ, ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା,ବିଭୂତି ବଳବନ୍ତରାୟ, ରାଜେନ୍ଦ୍ର ସାହୁ, ଦେବୀ ରଂଜନ ତ୍ରିପାଠୀ, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ ପ୍ରମୁଖ ପିପିଲି ଉପନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀଙ୍କ ପାଇଁ ପ୍ରଚାର କରିବେ ।
ସେହିପରି ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି କଂଗ୍ରେସ । ଏହି ତାଲିକାରେ ରାଜ୍ୟ ପ୍ରଭାରୀ ଏ.ଚେଲା କୁମାର , ରାଜ୍ୟ ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ ନେତା ଭକ୍ତ ଚରଣ ଦାସ , ଜି. ରୁଦ୍ର ରାଜୁ, ବରିଷ୍ଠ ବିଧାୟକ ନରସିଂହ ମିଶ୍ର ପ୍ରମୁଖ ରହିଛନ୍ତି । ସେହିପରି ଚିରଂଜୀବି ବିଶ୍ୱାଳ, ପ୍ରଦୀପ ମାଝୀ, ଶରତ ରାଉତ, ବିଶ୍ୱ ରଂଜନ ମହାନ୍ତି, ରାଗିଣୀ ନାୟକ, ଜୟଦେବ ଜେନା, ରାମ ଚନ୍ଦ୍ର ଖୁଂଟିଆ. ସୁଶୀଳା ତିରିଆ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ,ସପ୍ତଗିରି ଉଲ୍ଲାକା, ସୁରେଶ ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଚନ୍ଦ୍ର ଜେନା, ମହମ୍ମଦ ମୋକିମ୍ , ଅଧିରାଜ ମୋହନ ପାଣିଗ୍ରାହୀ, ସି.ଏସ୍ ରଂଜନ ଏକ୍କା, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ବନ୍ଦିତା ପରିଡା, ସଂଗ୍ରାମ କେଶରୀ ଜେନା, ସ୍ମୃତି ରଂଜନ ଲେଙ୍କା, ସତ୍ୟପ୍ରକାଶ ନାୟକ ଓ ୟାସିର ନୱାଜଙ୍କ ନାମ ମଧ୍ୟ ଉକ୍ତ ତାଲିକାରେ ରହିଛି ।