ହୋମ୍ ଗ୍ରାଉଣ୍ଡରେ ପିଙ୍କ୍ ବଲ୍ ଟେଷ୍ଟ, ସମାପ୍ତ ହେବ ବିରାଟଙ୍କ ଶତକ ଅପେକ୍ଷା!
ନୂଆଦିଲ୍ଲୀ : ଭାରତରେ ଶେଷ ପିଙ୍କ୍ ବଲ ଟେଷ୍ଟ ମ୍ୟାଚ୍ ନଭେମ୍ବର ୨୦୧୯ ରେ ଖେଳାଯାଇଥିଲା ଓ ଏହି ମ୍ୟାଚ ବାଂଲାଦେଶ ବିପକ୍ଷରେ ଥିଲା ଏବଂ ବର୍ତ୍ତମାନ ମାର୍ଚ୍ଚ ୧୨ ରୁ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିବା-ରାତ୍ରି ଟେଷ୍ଟ ମ୍ୟାଚ୍ ଖେଳିଯିବ । ଶେଷ ଦିବା-ରାତ୍ରି ଟେଷ୍ଟ ମ୍ୟାଚରେ, ଯେତେବେଳେ ବିରାଟ କୋହଲି ନିଜର ୭୦ ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । ସେତେବେଳେ କୌଣସି ବ୍ୟକ୍ତି ଭାବି ନଥିବେ ଯେ ବିରାଟଙ୍କ ସେହି ଶତକ ପରେ ଆନ୍ତର୍ଜାତୀୟ କ୍ରିକେଟରେ ଶତକରେ ମରୁଡ଼ି ପଡ଼ିଯିବ । ଆସନ୍ତାକାଲି ଅର୍ଥାତ ଶନିବାର ଦିନ ବିରାଟଙ୍କ ହୋମ୍ ଗ୍ରାଉଣ୍ଡରେ ପିଙ୍କ୍ ବଲ୍ ଟେଷ୍ଟ ଖେଳାଯିବ ଏବଂ ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଏହି ଅପେକ୍ଷା ଅନ୍ତ ହେବ ।
ଗତ ୨୮ ମାସ ଧରି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିପାରି ନଥିବା ବିରାଟ କୋହଲି ଶନିବାର ଠାରୁ ଗୋଲାପୀ ବଲ ସହିତ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କରିବାକୁ ଆଶା ରଖିବେ । କୋହଲି ଗତ ନଭେମ୍ବର ୨୦୧୯ ରେ କୋଲକାତାରେ ଗୋଲାପୀ ବଲ୍ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଏକ ଶତକ ହାସଲ କରିଥିଲେ । ସେ ଏହି ଇନିଂସରେ ୧୩୬ ରନ୍ ସ୍କୋର କରିଥିଲେ ।
ସେବେଠାରୁ ଭାରତୀୟ ଅଧିନାୟକ ୨୮ ଇନିଂସ ଖେଳିଥିଲେ ମଧ୍ୟ ଟେଷ୍ଟ ଶତକ ହାସଲ କରିପାରି ନଥିଲେ । ଏଥିରେ ଛଅ ଥର ୫୦+ ସ୍କୋର କରିସାରିଛନ୍ତି ଏବଂ ଚଳିତ ବର୍ଷ ଜାନୁଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଶ୍ରେଷ୍ଠ ସ୍କୋର ୭୯ ଥିଲା । ବର୍ତ୍ତମାନ ସେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ଫେରୁଛନ୍ତି, ଯେଉଁଠାରେ ତାଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ଖେଳୁଛି । ଏଥରେ ସେ ଶତକ ସହ ଆଇପିଏଲ ଟୁର୍ଣ୍ଣାମେଣ୍ଟକୁ ପ୍ରବେଶ କରିବାକୁ ଚାହିଁବେ ।