୧୭ରୁ ଫାର୍ମାସିଷ୍ଟଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ବାରିପଦା : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ଭୁମିକା ଗ୍ରହଣ କରୁଥିବା ଫାର୍ମାସିଷ୍ଟ ମାନେ ରାଜ୍ୟର ଜନସାଧାରଣଙ୍କର ସେବାରେ ସର୍ବଦା ନିୟୋଜିତ ଥିବାବେଳେ ତାଙ୍କର ଦାବୀ ପ୍ରତି ସରକାର ଅଣଦେଖା କରି ଦୀର୍ଘ ଦିନର ଦାବୀକୁ ସରକାର କର୍ଷପାତ କରୁନାହାନ୍ତି । ୨୦୧୩ ମସିହାରୁ ସକରାର ଏହି ପ୍ରକାର ବୈମାତୃକ ମନୋଭାବ ପୋଷଣ କରିଚାଲିଛନ୍ତି । ବାରମ୍ବାର ଦାବୀ ସମ୍ପର୍କ ରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ସଚିବ ସର୍ବପରି ମୁଖ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସଂଘର ଦାବୀକୁ ସଂଘର ଦାବୀକୁ ଏବେ ସୁଦ୍ଧା ଗୌଣ ରଖାଯାଇଛି । ଶନିବାର ଦିନ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସଂଘ ତରଫରୁ ୫ ଦଫା ଦାବୀ ଯଥା , କ୍ୟାଡର ପୁନଃଗଠନ କରି ମୁଳ ଦରମା ୨୪୦୦/- ଗ୍ରେଡ ପେ ୨୮୦୦ ଟଙ୍କାକୁ ବୃଦ୍ଧି ଓ ଚାକିରୀର ଦୁଇବର୍ଷ ପରେ ସମୟାନୁବର୍ତିତ ପିବି-୨ ସହିତ ୪.୨୦୦ ଟଙ୍କା ଲାଗୁ କରିବା, ୨୦.୦୪.୨୨ ରିଖରେପେ ଷ୍ଟ୍ରକଚର ପ୍ରକାଶ ପାଇଥିବା ସଂକଳ୍ପକୁ କାର୍ଯ୍ୟକାରୀ କରିଥିବା ୦୧.୦୧.୨୦୧୩ ପରିବର୍ତେ ୨୪.୦୮.୨୦୧୩ ରୁ ଲାଗୁ କରିବା, ଫାର୍ମାସିଷ୍ଟ ପଦବୀକୁ ପରିବର୍ତନ କରି ଫାର୍ମାସୀ ଅଫିସର ନାମକରଣ କରିବା, ୨୦୧୩ ମସିହା ପୁର୍ବରୁ ଠିକାରେ କାର୍ଯ୍ୟ କରି ନିୟମିତ ହୋଇଥିବା ଫାର୍ମାସିଷ୍ଟ ମାନଙ୍କୁ ବରିଷ୍ଠତା ଭିତିରେ ଚୁକ୍ତିଭିତି କାର୍ଯ୍ୟକୁ ଚାକିରୀ ସେବାରେ ଗଣନା କରି ଆର୍ôଥକ ସୁବିଧା ପ୍ରଦାନ କରିବା ଓ ରାଷ୍ଟ୍ରୀୟ ବାଲ, ବିକାଶ, ଏମଏଚୟୁ ଯୋଜନାରେ ୧୬ ବର୍ଷରୁ ଉର୍ଦ୍ଧ୍ୱ ଠିକାରେ କାର୍ଯ୍ୟ କରି ଆସୁଥିବା ଫାର୍ମାସିଷ୍ଟ ମାନଙ୍କୁ ତୁରନ୍ତ ଖାଲି ପଡିଥିବା ସ୍ଥାନରେ ନିୟମିତ କରିବା । ଉଲ୍ଲେଖ ଯୋଗ୍ୟ ଯେ ସରକାର ସେମାନଙ୍କୁ ନିୟମିତ ନକରି ୨୦୧୯ କ୍ୟାଡର ନିୟମକୁ ସଂଶୋଧନ କରି ୨୦୨୦ କ୍ୟାଡର ରୁଲ ପ୍ରଚଳନ କରି ନିୟମିତ କରାଯିବାରୁ ବାଦ ଦିଆଯାଇଛି । ଯାହାକୁ ନେଇ ସଂଘ ଘୋର ଅସନ୍ତୋଷ ବ୍ୟକ୍ତ କରିଥିବା ତେଣୁ ଫାର୍ମାସିଷ୍ଟ ମାନଙ୍କୁ ତୁରନ୍ତ ନିୟମିତ କରିବା ପାଇଁ ସଂଘ ତରଫରୁ ସରକାରଙ୍କ ଠାରେ ଦାବୀ କରାଯାଇଛି ।